www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା ମାଷ୍ଟରମାଇଣ୍ଡ ଡାକ୍ତର ଉମର ମହମ୍ମଦର ପୁଣୱାମା ସ୍ଥିତ ଘରକୁ ବିସ୍ଫୋରଣରେ ଧ୍ୱଂସ କରିଛନ୍ତି ସୁରକ୍ଷା କର୍ମୀ । ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଜାରି ରହିଥିବା କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଏହି ଅପରେସନ କରାଯାଇଛି ।

ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ଚଢ଼ାଉ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ, ବିସ୍ଫୋରଣ ପଛରେ ମାଷ୍ଟରମାଇଣ୍ଡ ଡାକ୍ତର ଉମରର ହାତ ଥିଲା । ତାଙ୍କ ଗୋଷ୍ଠୀ ଗତ ଦୁଇ ବର୍ଷ ଧରି ଆକ୍ରମଣ ଯୋଜନା କରୁଥିଲେ ।

- Advertisement -

୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା । ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି । ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ ହେଲା। ଗୋଟିଏ ସୁଜିକି ବ୍ରେଜା, ସ୍ବିଫ୍ଟ ଡିଜାୟର ଏବଂ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟର ସନ୍ଧାନ ମିଳି ସାରିଛି

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories