www.samajalive.in
Saturday, December 13, 2025
26.1 C
Bhubaneswar

ଲକଡାଉନ୍ ସମୟରେ ୧୩ ଲକ୍ଷ ସଦସ୍ୟଙ୍କୁ ଅର୍ଥ ପ୍ରଦାନ କଲା ଇପିଏଫଓ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୭ ଲକ୍ଷ ୪୦ ହଜାର କୋଭିଡ-୧୯ ଦାବି ସମେତ ମୋଟ ୧୨ ଲକ୍ଷ ୯୧ ହଜାର ସଦସ୍ୟଙ୍କୁ ଅର୍ଥ ପ୍ରଦାନ କରିଛି। ଏଥିରେ ସମୁଦାୟ ୪୬୮୪ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୨୩୬୭ କୋଟି ୬୫ ଲକ୍ଷ ଟଙ୍କା ଦିଆଯାଇଛି।

ଏପ୍ରିଲ୍ ୨୭ ସୁଦ୍ଧା ଏହି ଯୋଜନା ଅଧୀନରେ ୭୯ ହଜାର ୭୪୩ ଜଣଙ୍କୁ କୋଭିଡ-୧୯ ପାଇଁ ଅଗ୍ରୀମ ଭାବରେ ୮୭୫ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୨୨୨ଟି ବେସରକାରୀ କ୍ଷେତ୍ରର ୫୪ ହଜାର ୬୪୧ ଜଣ ହିତାଧିକାରୀଙ୍କୁ ୩୩୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୭୬ଟି ସରକାରୀ କ୍ଷେତ୍ର ପ୍ରତିଷ୍ଠାନର ୨୪ ହଜାର ୧୭୮ ଜଣ ହିତାଧିକାରୀଙ୍କୁ ୫୨୪ କୋଟି 75 ଲକ୍ଷ ଏବଂ ୨୩ଟି ସମବାୟ କ୍ଷେତ୍ର ପ୍ରତିଷ୍ଠାନର ୯୨୪ ଜଣକୁ ୧୨ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories