www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ମହାଯୁଦ୍ଧର ନାୟିକା ଅଙ୍ଗନୱାଡ଼ି କର୍ମୀ ସାଗରିକା ନାୟକ

ଭୁବନେଶ୍ୱର: କରୋନା ଭୂତାଣୁ ସାରା ବିଶ୍ୱରେ ୨୧୦ ଦେଶକୁ କବଳିତ କରି ମହାମାରୀ ରୂପ ନେଇଥିବାବେଳେ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ମିଶନ ଶକ୍ତିର ଦିଗ୍‍ଦର୍ଶନରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ କରୋନା ଯୋଦ୍ଧା ସାଜି ସ୍ଥାନୀୟ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ବ୍ଲକ ଦାଢ଼ୀ ପଞ୍ଚାୟତର ବାଲିପଡ଼ା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ସାଗରିକା ନାୟକ ଅନ୍ୟତମ। କରୋନା ଯୋଦ୍ଧା ଭାବେ ସାଗରିକା ଏହି ମହାମାରୀ କରୋନାଶୃଙ୍ଖଳକୁ ଭାଙ୍ଗିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କରୋନା ଭୂତାଣୁ କିଭଳି ପ୍ରବେଶ ନ କରିବ ସେଥିପାଇଁ ସାଗରିକା ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ ଏଥିପାଇଁ ସେ ଘର ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ନିଜେ ଜଣେ ଉଚ୍ଚରକ୍ତ ଚାପ ରୋଗୀ ହୋଇଥିଲେ ମଧ୍ୟ ଏଥିପ୍ରତି ଭୃକ୍ଷେପ ନ କରି ପ୍ରତିଦିନ ଘର ଘର ବୁଲି କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଘରେ ରହିବା, ନିୟମିତ ସାବୁନ୍‌ରେ ଅତି କମ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଆଦି ପରାମର୍ଶ ଦେଉଛନ୍ତି। ସରକାରଙ୍କ ନିର୍ଦେଶକ୍ରମେ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ରହିଥିଲେ ମଧ୍ୟ ଘରକୁ ଘର ବୁଲି ୩-୬ ବର୍ଷର ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଯଥା: ଚାଉଳ, ଡାଲି, ଅଣ୍ଡା, ତେଲ, ପନିପରିବା ସୋୟାବଡ଼ି ଇତ୍ୟାଦି ପ୍ରଦାନ କରିଛନ୍ତି। ସକାଳ ଜଳଖିଆ ବାବଦରେ ଚୂଡ଼ାମୁଆଁ, ବେସନ ଲଡୁ ଇତ୍ୟାଦି ପ୍ରଦାନ କରିଛନ୍ତି।
ପ୍ରାକ୍‍ ବିଦ୍ୟାଳୟର ଶିଶୁମାନଙ୍କର ଅରୁଣିମା କାର୍ଯ୍ୟକ୍ରମ ଅଭ୍ୟାସ ରଖିବା ନିମନ୍ତେ ଏ ମାସରେ ଥିବା ବିଷୟ ‘କୀଟପତଙ୍ଗ’ ବିଷୟରେ ଗଳ୍ପକଥନ, ଅଭିନୟ ସଙ୍ଗୀତ, କାଳ୍ପନିକ ଖେଳ, ଚିତ୍ର କରିବା ଇତ୍ୟାଦି ଶିଶୁମାନଙ୍କର ପରିବାର ସହିତ ଯୋଗାଯୋଗ କରି ହ୍ୱାଟ୍‍ସଆପ୍‍ ଜରିଆରେ ପ୍ରେରଣା ଯୋଗାଉଛନ୍ତି। ଫଳରେ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମଟି ସଫଳ ହେଉଛି। ଏହି ସମୟରେ ଗ୍ରାମର ଗର୍ଭବତୀ, ପ୍ରସୂତୀ ମା’ମାନଙ୍କର ଓଜନ, ଟୀକାଦାନ, ଖାଦ୍ୟ, ବିଶ୍ରାମ ଇତ୍ୟାଦି ବିଷୟରେ ଧ୍ୟାନ ଦେଇ ଆବଶ୍ୟକସ୍ଥଳେ ପଦକ୍ଷେପ ନେଉଛନ୍ତି।

ଏହାବ୍ୟତୀତ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା: ଘରେ ଘରେ ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଆର୍‍ଆର୍‍ଟି କାର୍ଯ୍ୟକ୍ରମରେ ଯୋଗଦାନ, କେଉଁ ଲୋକ ଗ୍ରାମର ବାହାରେ ଅଛନ୍ତି ସେମାନେ କିଭଳି ଫେରିବେ, ସେମାନଙ୍କର ନାମ ପଞ୍ଜୀକରଣ, ଆସିବା ପରେ କ୍ୱାରେଣ୍ଟାଇନରେ ରହିବା ଇତ୍ୟାଦିରେ ପଞ୍ଚାୟତକୁ ସାହାଯ୍ୟ କରୁଛନ୍ତି। ଏହାବ୍ୟତୀତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିଛନ୍ତି। ବାହାରୁ ଆସି ଗ୍ରାମରେ ରହିଥିବା ପରିବାରକୁ ଖାଦ୍ୟ ଯୋଗାଇଦେବା କାର୍ଯ୍ୟରେ ସହଯୋଗ କରିବା ସହିତ ଗ୍ରାମର ସମସ୍ତ ପରିବାରର ଭଲ ମନ୍ଦ ବୁଝିବା ନିମନ୍ତେ ଫୋନରେ ସଦାସର୍ବଦା ଯୋଗାଯୋଗ ରଖୁଛନ୍ତି। ଅଙ୍ଗନୱାଡ଼ି କର୍ମୀ ସାଗରିକା ନାୟକଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ କରୋନା ମହାଯୁଦ୍ଧର ନାୟିକା ଭାବେ ଅଭିହିତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories