ମୁକ୍ତିଲାଭ କଲା ‘ଜିନିୟସ’ର ଟ୍ରେଲର

0

ନୂଆଦିଲ୍ଲୀ : ସନି ଦେୱଲ ଅଭିନୀତ ସୁପରହିଟ ହିନ୍ଦୀ ଚଳଚ୍ଚିତ୍ର ‘ଗଦ୍ଦର: ଏକ୍‍ ପ୍ରେମ କଥା’ର ନିର୍ଦେଶକ ଅନିଲ ଶର୍ମାଙ୍କର ‘ଜିନିୟସ’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି। ଏହା ଏକ ଆକ୍ସନ ଡ୍ରାମା ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅନିଲ ଶର୍ମାଙ୍କ ପୁଅ ‘ଉତ୍କର୍ଷ ଶର୍ମା’ ନାୟକ ଭୂମିକାରେ ନଜର ଆସିଥିଲା ବେଳେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଛନ୍ତି ‘ଇଶିତା ଚୌହାନ’। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ‘ହିମେଶ ରେସମିଆ’। ଏହି ଚଳଚ୍ଚିତ୍ରର ଟ୍ରେଲରରେ ଆକ୍ସନ ସହିତ ଉତ୍କର୍ଷ ଶର୍ମା ଓ ଇଶିତା ଚୌହାନଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ଏଥିରେ ନୱାଜୁଦ୍ଦିନ ସିଦ୍ଦିକି ଖଳନାୟକ ଭୂମିକାରେ ନଜର ଆସିଛନ୍ତି।

Leave A Reply