www.samajalive.in
Wednesday, December 10, 2025
18.1 C
Bhubaneswar

ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ୬ଷ୍ଠ ଦେଶ

ଲର୍ଡସ : ୨୦୧୯ ବିଶ୍ବକପ୍‌​‌‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆ‌େୟ​‌ାଜକ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ରବିବାର ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। କ୍ରିକେଟ ବିଶ୍ବକପ୍ ଚମ୍ପିଆନ୍ ତାଲିକାରେ ନୂଆକରି ସାମିଲ ହୋଇଥିବା ଇଂଲଣ୍ଡ କ୍ରିକେଟ ବିଶ୍ବକପ୍ ଜିତିବାରେ ସଦ୍ୟତମ ବା ୬ଷ୍ଠ ଦେଶ। ପୂର୍ବରୁ ୧୧ଟି ସଂସ୍କରଣରେ ୫ଟି ଦେଶ ବିଶ୍ବ ଚମ୍ପିଆନ୍ ହୋଇଥିଲେ। ପୂର୍ବରୁ ଖେଳା ଯାଇଥିବା ୧୧ଟି ବିଶ୍ବକପ ମଧ୍ୟରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ସର୍ବାଧିକ ୫ଥର; ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଏବଂ ଭାରତ ୧୯୮୩ ଓ ୨୦୧୧ ଦୁଇଥର ଲେଖାଏଁ; ପାକିସ୍ତାନ ୧୯୯୨ରେ ଏବଂ ଶ୍ରୀଲଙ୍କା ୧୯୯୬ ଚମ୍ପିଆନ ହୋଇଛନ୍ତି। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ରେ ୩ଥର ଫାଇନାଲ ଖେଳିଥିଲେ ମଧ୍ୟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିନଥିଲା। ସେହିପରି ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories