www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଯୁବରାଜଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଇଂଲଣ୍ଡରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା ଭାରତ। ଭାରତୀୟ ଦଳ ବିଶ୍ବକପ୍‌ ଟାଇଟଲ୍ ହାସଲ କରିବ ବୋଲି ବିଶ୍ବବ୍ୟାପୀ କ୍ରିକେଟ୍‌ପ୍ରେମୀ ଆଶା ରଖିଥିବା ବେଳେ ସେମିରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜୟ ଅନେକଙ୍କୁ ଚକିତ କରିଛି। ସେମିଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟ ପାଇଁ ଦଳର ମ୍ୟାନେଜମେଣ୍ଟକୁ ଭର୍ତ୍ସନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂହ।
ଦଳୀୟ ମ୍ୟାନେଜମେଣ୍ଟର ଭୁଲ୍‌ ଯୋଗୁଁ ଭାରତ ସେମିଫାଇନାଲରେ ହାରିଲା ବୋଲି ଯୁବରାଜ ମତ ଦେଇଛନ୍ତି। ବିଶ୍ବକପ୍‌ରେ ଭାରତ ତରଫରୁ ୪ନଂରେ କିଏ ବ୍ୟାଟିଂ କରିବ ତାହାକୁ ନେଇ ମୂଳରୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଏହି ସ୍ଥାନ ପାଇଁ ଜଣେ ଉପଯୁକ୍ତ ବ୍ୟାଟସମ୍ୟାନ୍‌ ମନୋନୀତ କରିବା ମ୍ୟାନେଜମେଣ୍ଟର ଭୁଲ୍‌ ବୋଲି ଯୁବରାଜ ଦର୍ଶାଇଛନ୍ତି। ବିଶେଷ କରି ଅମ୍ବାତି ରାୟୁଡୁ ୪ନଂ ସ୍ଥାନରେ ଭାରତ ତରଫରୁ ବିଶ୍ବକପ୍‌ରେ ବ୍ୟାଟିଂ କରିବେ ବୋଲି ଊଣା ଅଧିକେ ସମସ୍ତେ ଆଶା ରଖିଥିଲେ। ତେବେ ତାଙ୍କୁ ବିଶ୍ବକପ୍‌ ନିମନ୍ତେ ଦଳରେ ସାମିଲ କରାଗଲା ନାହିଁ। ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ରାୟୁଡୁ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ତେବେ ପରବର୍ତ୍ତୀ ସିରିଜ୍‌ରେ ସେ ଦୁଇ ତିନୋଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦେବା ଉଚିତ୍‌ ନ ଥିଲା ବୋଲି ଯୁବରାଜ ଦର୍ଶାଇଛନ୍ତି। ବିଶ୍ବକପ୍‌ ଖେଳିବାର ସୁଯୋଗ ନ ପାଇ ରାୟୁଡୁ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ଯୁବରାଜ ଅଭିଯୋଗ କରିଛନ୍ତି। ସେହିପରି ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ବିଶ୍ବକପ୍‌ ନିମନ୍ତେ ମୂଳ ଦଳରୁ ବାଦ୍‌ ଦେବା ମ୍ୟାନେଜମେଣ୍ଟର ଅପାରଗତାକୁ ଦର୍ଶାଉଛି ବୋଲି ଯୁବରାଜ ମତ ଦେଇଥିଲେ। ଜଣେ ବ୍ୟାଟସମ୍ୟାନ୍‌ଙ୍କୁ ୪ନଂ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ପ୍ରଦାନ କରିବା ସମୟରେ ଯଦି ସେ ଦୁଇଟି ତିନୋଟି ମ୍ୟାଚ୍‌ରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଦଳରୁ ବାଦ୍‌ ନ ଦେଇ ମ୍ୟାନେଜମେଣ୍ଟ ଧୈର୍ଯ୍ୟ ଧରିବା ଉଚିତ୍‌ ବୋଲି ଯୁବରାଜ ଦର୍ଶାଇଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories