www.samajalive.in
Saturday, December 6, 2025
23.1 C
Bhubaneswar

ଆଫଗାନିସ୍ତାନଠାରୁ ହାରି ଚମ୍ପିଆନ୍ସ ଟ୍ରଫିରୁ ଇଂଲଣ୍ଡ ବିଦା

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ପଦାର୍ପଣ କରିଥିବା ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଆଫଗାନିସ୍ତାନ ପରାଜିତ କରିଛି। ଏହା ସହିତ ୨ଟି ମ୍ୟାଚ ହାରିବା ପରେ ଇଂଲଣ୍ଡର ଚମ୍ପିଆନ୍ସ ଟ୍ରଫି ଯାତ୍ରା ଶେଷ ହୋଇଛି। ଆଫଗାନିସ୍ତାନଠାରୁ ଇଂଲଣ୍ଡ ୮ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ୩୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୧୨୦ ରନର ଲଢୁଆ ଇନିଂସ ଖେଳିଥିଲେ ହେଁ ଅନ୍ୟ ଖେଳାଳିମାନଙ୍କ ବିଫଳତା ଯୋଗୁ ଦଳକୁ ହାରିବାକୁ ପଡ଼ିଛି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୩୨୫ ରନ ସଂଗ୍ରହ କରିଥିଲା। ଇବ୍ରାହିମ ଜର୍ଡାନଙ୍କ ୧୭୭ ରନର ବିଶାଳ ଇନିଂସ ଇଂଲଣ୍ଡ ପାଇଁ ଭାରି ପଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଲିଆମ ଲିଭିଂଷ୍ଟୋନ ୨ଟି ଉଇକେଟ ନେଇଥିଲେ। ୩୨୬ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ସମୟରେ ଜୋ ରୁଟ ଦଳର ସ୍କୋରକୁ ଆଗେଇ ନେଇଥିଲେ ହେଁ ଅନ୍ୟ ଖେଳାଳିମାନଙ୍କ ବଡ଼ ଯୋଗଦାନ ନ ମିଳିବାରୁ ଦଳ ମାତ୍ର ୮ ରନରେ ପରାଜୟବରଣ କରିଥିଲା। ଆଫଗାନିସ୍ତାନ ବୋଲର ଅଜମତୁଲ୍ଲା ସମାରଜାଇ ସର୍ବାଧିକ ୫ଟି ଏବଂ ମହମ୍ମଦ ନବି ୨ଟି ଉଇକେଟ ନେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories