www.samajalive.in
Friday, December 12, 2025
14.1 C
Bhubaneswar

ଆଫଗାନିସ୍ତାନଠାରୁ ହାରି ଚମ୍ପିଆନ୍ସ ଟ୍ରଫିରୁ ଇଂଲଣ୍ଡ ବିଦା

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ପଦାର୍ପଣ କରିଥିବା ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଆଫଗାନିସ୍ତାନ ପରାଜିତ କରିଛି। ଏହା ସହିତ ୨ଟି ମ୍ୟାଚ ହାରିବା ପରେ ଇଂଲଣ୍ଡର ଚମ୍ପିଆନ୍ସ ଟ୍ରଫି ଯାତ୍ରା ଶେଷ ହୋଇଛି। ଆଫଗାନିସ୍ତାନଠାରୁ ଇଂଲଣ୍ଡ ୮ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ୩୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୧୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୧୨୦ ରନର ଲଢୁଆ ଇନିଂସ ଖେଳିଥିଲେ ହେଁ ଅନ୍ୟ ଖେଳାଳିମାନଙ୍କ ବିଫଳତା ଯୋଗୁ ଦଳକୁ ହାରିବାକୁ ପଡ଼ିଛି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୩୨୫ ରନ ସଂଗ୍ରହ କରିଥିଲା। ଇବ୍ରାହିମ ଜର୍ଡାନଙ୍କ ୧୭୭ ରନର ବିଶାଳ ଇନିଂସ ଇଂଲଣ୍ଡ ପାଇଁ ଭାରି ପଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଏବଂ ଲିଆମ ଲିଭିଂଷ୍ଟୋନ ୨ଟି ଉଇକେଟ ନେଇଥିଲେ। ୩୨୬ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ସମୟରେ ଜୋ ରୁଟ ଦଳର ସ୍କୋରକୁ ଆଗେଇ ନେଇଥିଲେ ହେଁ ଅନ୍ୟ ଖେଳାଳିମାନଙ୍କ ବଡ଼ ଯୋଗଦାନ ନ ମିଳିବାରୁ ଦଳ ମାତ୍ର ୮ ରନରେ ପରାଜୟବରଣ କରିଥିଲା। ଆଫଗାନିସ୍ତାନ ବୋଲର ଅଜମତୁଲ୍ଲା ସମାରଜାଇ ସର୍ବାଧିକ ୫ଟି ଏବଂ ମହମ୍ମଦ ନବି ୨ଟି ଉଇକେଟ ନେଇଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories