www.samajalive.in
Saturday, December 6, 2025
26.1 C
Bhubaneswar

ଏକାଦଶ ଜାତୀୟ ମତଦାତା ଦିବସ – ୨୦୨୧ ପାଳିତ

ନବରଙ୍ଗପୁର : ଆଜି ଏକାଦଶତମ ଜାତୀୟ ମତଦାତା ଦିବସ ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ପାଳିତ ହୋଇଯାଇଛି । ଆଜି ସାରା ଦେଶରେ ଏକାଦଶ ଜାତୀୟ ଭୋଟର ଦିବସ ପାଳନ କରାଯାଉଥିବା ବେଳେ ନିର୍ବାଚନ କମିଶନ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବୁଥ ସ୍ତରରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ମତଦାତା ମାନଙ୍କୁ ଶପଥ ପାଠ କରାଇଥିଲେ। ସମସ୍ତ ମତଦାତା ସତର୍କ, ସଶକ୍ତ , ସୁରକ୍ଷିତ ଓ ସଚେତନ ହେବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ଭୋଟର ତାଲିକାରେ ସାମିଲ ହୋଇଥିବା ନୂତନ ଭୋଟର ମାନଙ୍କୁ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା। ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ – ୨୦୨୧  ସେପ୍ଟେମ୍ବର ୧୬ ତାରିଖ ରୁ ଆରମ୍ଭ ହୋଇ ୫ ଜାନୁଆରୀ ୨୦୨୧ ତାରିଖ ଦିନ ଶେଷ ହୋଇଥିଲା । ପ୍ରଶାସନ ପକ୍ଷରୁ ୧୫ ଜାନୁଆରୀ ୨୦୨୧ ତାରିଖ ଦିନ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଥିଲା । ଜିଲ୍ଲାରେ ବର୍ତ୍ତମାନ ମୋଟ ଭୋଟର ସଂଖ୍ୟା ୮୩୩୨୪୮ରହିଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୧୯୩୧୯୨ , ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ୨୧୧୩୨୧ ଜଣ ଭୋଟର , ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୨୨୯୬୬୭ ଭୋଟର ଓ ଡାବୁ ଗାଁ ନିର୍ବାଚନ ମଣ୍ଡଳୀରେ ୧୯୮୮୬୮ ଜଣ ଭୋଟର ରହିଛନ୍ତି । ୨୦୨୧ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନୂତନ ଭାବେ ୨୩୩୫୮୧ ଭୋଟର ପଞ୍ଜିକରଣ କରିଥିବା ବେଳେ ୧୦୨୯୮ ଜଣଙ୍କ ନାମ ବାଦ୍ ଓ ସଂଶୋଧନ ହୋଇଛି । ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଜିଲ୍ଲାରେ ମୋଟ ୯୮୩ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ୯୭ ଜଣ ସୁପର ଭାଇଜର ନିଯୁକ୍ତି ହୋଇଥିଲେ ।  ସେହିପରି ଜାତୀୟ ଭୋଟର ତାଲିକା ସଂଶୋଧନ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅଧିକ ଭୋଟରଙ୍କୁ ସାମିଲ କରିପାରିଥିବା ବୁଥ ସ୍ତରୀୟ ଅଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ଠାରୁ ଇ-ଏଏପିକ ପୋର୍ଟାଲ କାର୍ଯ୍ୟକାରୀ ହେଉଥିବା ନେଇ ଉପଜିଲ୍ଲାପାଳ ଭାସ୍କର ରଇତ ସୂଚନା ଦେଇଥିଲେ। ଜିଲ୍ଲାରେ ମୋଟ ୯୮୩ ବୁଥରେ ୪୧୩୦୫୪ ଜଣ ପୁରୁଷ ଭୋଟର ରହିଥିବା ବେଳେ ୪୨୧୮୮୧ ଜଣ ମହିଳା ଭୋଟର ଓ ୬୨ ଜଣ ସମଲିଙ୍ଗି ରହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରାଇତ, ନବରଙ୍ଗପୁର ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ ସମେତ ବୁଥ ସ୍ତରୀୟ ଅଧିକାରୀ, ନବରଙ୍ଗପୁର ୧୦ଟି ବ୍ଲକ ର ବିଡ଼ିଓ, ସମସ୍ତ ଜିଲ୍ଲା ସ୍ଥାରୀୟ ଅଧିକାରୀ, ସମସ୍ତ ବିଏଲଓ, ନବରଙ୍ଗପୁର ସୁପର ଭାଇଜର ଓ ଅଙ୍ଗନ ବାଡି କର୍ମୀ, ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories