www.samajalive.in
Sunday, December 7, 2025
15.1 C
Bhubaneswar

ନୀଳଗିରିକୁ ପଶିଲେ ୫୫ ଟିକିଆ ଝାଡ଼ଖଣ୍ଡୀ ହାତୀ, ଆତଙ୍କିତ ଲୋକେ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ନୀଳଗିରିର ସୀମାନ୍ତ କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନୀଳଗିରିର ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ୫୫ଟି ହାତୀ ଆଜି ସକାଳୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୨୬ଟି ମାଈ, ୧୩ଟି ଅଣ୍ଡିରା ଏବଂ ୧୬ଜଣ ଛୁଆ ହାତୀ ଅଛନ୍ତି। ଏହି ଛୁଆ ହାତୀମାନେ ବେଶୀ ଉପଦ୍ରଵ କରୁଥିବା ଦେଖିବାକୁ ମିଳିଛି। ଆସିବା ରାସ୍ତାରେ ସେମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବା ଯୋଗୁଁ ହାତୀପଲ ଆସୁଥିବା ସୂଚନା ପାଇ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ମୁତୟନ ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories