www.samajalive.in
Friday, December 5, 2025
26.1 C
Bhubaneswar

କୂଅରେ ପଡ଼ିଛି ହାତୀ: ଘେରିଛନ୍ତି ହାତୀ ପଲ, ହାତୀଙ୍କ ଗର୍ଜନରେ ଭୟଭୀତ ଅଞ୍ଚଳବାସୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହଳ ରେଂଜର କଶିବାହାଳ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ପଡ଼ିଛି। ସେହି ହାତୀଟି କୂଅରୁ ବାହାରିବାକୁ ଚେଷ୍ଟା କରୁଥିଲେ ବି ସେଥିରୁ ଉଠି ବାହାରି ପାରୁନାହିଁ। ସେପଟେ ହାତୀଟିକୁ କୂଅରୁ ଉଦ୍ଧାର କରିବାକୁ କୂଅ ଚାରି ପାଖରେ ୧୪ରୁ ଅଧିକ ହାତୀ ଘେରି ରହିଛନ୍ତି। ସେମାନେ ଖୁବ୍‍ ଜୋର୍‍ରେ ଗର୍ଜନ କରୁଛନ୍ତି। ଫଳରେ ଆଖପାଖ ଅଂଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଏ ସମ୍ପର୍କରେ ରେଢ଼ାଖୋଲ ଡିଏଫଓ ପ୍ରଦୀପ୍ତ କୁମାର ସାହୁଙ୍କ ସହିତ ଯୋଗଯୋଗ କରିବାରୁ ସେ କହିଛନ୍ତି ଯେ ସେ ଏ ବିଷୟରେ ଖବର ପାଇଛନ୍ତି ଓ ବିଭାଗୀୟ କର୍ମଚାରୀଙ୍କ ସହିତ ସେ ଘଟଣାସ୍ଥଳକୁ ଯାଉଛନ୍ତି। ସେଠାରେ ପହଂଚିବା ପରେ ହାତୀକୁ କିପରି ଉଦ୍ଧାର କରାଯିବ ସେ ବିଷୟରେ ସ୍ଥିର କରାଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଏହି ରେଂଜର ବଡ଼ବାହାଳ ଗାଁ ଓ ଅନ୍ୟ ଗାଁ ନିକଟରେ ଥିବା ଧାନ ବିଲରେ ପଶି ବହୁତ ଅମଳକ୍ଷମ ଧାନ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ବନବିଭାଗ ତରଫରୁ କେବଳ କିଛିଟା ବାଣ ଫୁଟାଇ ଦାୟିତ୍ୱ ସାରି ଦେଉଥିବା ଅଭିଯୋଗ ହେଉଛି। ସବୁଠାରୁ ବଡ଼କଥା ହେଲା ଦିନବେଳେ ହାତୀମାନେ ଜଂଗଲକୁ ପଶି ଯାଉଛନ୍ତି ଓ ରାତି ହେଲେ ପୁଣି ର୍ଗା ନିକଟ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ତେଣୁ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

 

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories