www.samajalive.in
Sunday, December 7, 2025
13.1 C
Bhubaneswar

ନାଳ ପାଣି​‌ରେ ମେଣ୍ଟୁଛି ଶୋଷ: ଘୋଡ଼ାବନ୍ଧା ପିପଲପଡ଼ା ଗାଁ ଲୋକଙ୍କ ଜୀବନ ଦୁର୍ବିସହ

କଲମପୁର: ନଳକୂଅ ଅଛି, କିନ୍ତୁ ବାହାରେନି ପିଇବା ଯୋଗ୍ୟ ପାଣି। ଯେଉଁ ପାଣି ବାହାରେ ସେଇ ପାଣି ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହେଇଥିବା ବେଳେ ଉପରେ ଏକ ହଳଦିଆ ରଙ୍ଗର ଆସ୍ତରଣ ରହିଯାଉଛି। ଯାହାକୁ ଦେଖିଲେ ଘୃଣା ଲାଗେ। ତେଣୁ ବାଧ୍ୟ ହେଇ ଗାଁ ଲୋକ ନିକଟସ୍ଥ ନାଳରୁ ପିଇବା ପାଣି ସଂଗ୍ରହ କରିଥାନ୍ତି। କେବଳ ପିଇବା ନୁହେଁ, ସ୍ନାନ ଶୌଚାଦୀ କର୍ମରେ ମଧ୍ୟ ଏହି ପାଣିକୁ ବ୍ୟବହାର କରନ୍ତି। ଏହି ପାଣି ସଂଗ୍ରହ ପାଇଁ ମହିଳାମାନଙ୍କୁ ବିଶେଷ ଭାବେ ସତର୍କ ରହିବାକୁ ପଡେ। ନାଳକୁ ଯିବା ରାସ୍ତାରେ ଜଙ୍ଗଲ। ଯେଉଁଠି ଭାଲୁ ଓ ବାରହା ଭଳି ହ୍ରିଂସ୍ର ଜନ୍ତୁଙ୍କ ପ୍ରଭାବ। ଏହି ରାସ୍ତାରେ ନାଳକୁ ଏକାକୀ ପାନୀୟ ଜଳ ସଂଗ୍ରହ କରିବା ପାଇଁ ଯିବା ନିରାପଦ ନୁହେଁ। ତେଣୁ ମହିଳା ମାନେ ଏକତ୍ରିତ ହେଇ ନାଳକୁ ଯାଇ ପାଣି ସଂଗ୍ରହ କରନ୍ତି। ବିଶେଷ ଭାବେ ଖରା ଦିନେ ନାଳ ସ୍ରୋତ କମି ଯାଉଥିବା ବେଳେ ବର୍ଷା ଦିନେ ଗୋଳିଆ ପାଣି ଆସୁଥିବାରୁ ଲୋକେ ପ୍ରଭାବିତ ହେଇଥାନ୍ତି। ଯେତେବେଳେ ଝାଡା ବାନ୍ତି ରୋଗ ଭଳି ମାରାତ୍ମକ ରୋଗର ପ୍ରଭାବ ଦେଖା ଦିଏ ସେତେବେଳେ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ତେବେ ଏହି ପଡାବାସୀ କେଉଁଠାରୁ ପାଣି ପାଇବେ। ସେହିଭଳି ଏହି ଜନବସତି ପାଇଁ ଥିବା ରାସ୍ତା କେବଳ ୫୦ ମିଟର ମଧ୍ୟରେ ସୀମିତ। ଗାଁ ଭିତରକୁ ରାସ୍ତାର ଅଭାବ। ତେଣୁ ଲୋକେ ବାଧ୍ୟ ହେଇ ଯେକୌଣସି କାମରେ ଗଲେ ବାହାରେ ଯାନବାହନ ରଖି ଦେଇ ଗାଁ ଭିତରକୁ ଯାଇଥାନ୍ତି। ଏହେଉଛି କଲମପୁର ବ୍ଲକ ତଥା କଲମପୁର ପଞ୍ଚାୟତ ଅଧିନସ୍ତ ଘୋଡାବନ୍ଧା ପିପଲପଡାର ଦୃଶ୍ୟ। ଏହି ପଡାର ୯୯ ପ୍ରତିଶତ କେବଳ ଗରୀବ ଆଦିବାସୀ ବର୍ଗର ଲୋକ ବାସ କରନ୍ତି। ଯେଉଁମାନଙ୍କ ଜୀବିକା କହିଲେ ଜଙ୍ଗଲୀ ଜାତ ଦ୍ରବ୍ୟ ଅଥବା ଅନ୍ୟ ପାଖରେ ମୂଲ ଲାଗିବା। କାହାର ଜମି ନାହିଁ। ଦୟନୀୟ ଜୀବନ ଜୀଉଁଥିଲେ ମଧ୍ୟ କେହି ସଭ୍ୟ ସମାଜର ଦୃଷ୍ଟି ନପଡିବା ପରିତାପର ବିଷୟ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories