Patra electronics

ହାତୀ ଭାଙ୍ଗିଦେଲା ଗଣେଶ ମୂର୍ତ୍ତି

ହିନ୍ଦୋଳ : ମୂର୍ତ୍ତି ତିଆରି ହେଉଥିବା ଦୋକାନରେ ପଶି ସବୁ ମୂର୍ତ୍ତି ଭାଙ୍ଗିଦେଇଛନ୍ତି ହାତୀ ପଲ । ହିନ୍ଦୋଳର ମେରାମୁଣ୍ଡଳୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମଙ୍ଗଳବାର ରାତିରେ ହାତୀ ପଲ ଆସି ମୂର୍ତ୍ତି ତିଆରି ହେଉଥିବା ଦୋକାନରେ ପଶି ସବୁ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି । ଆଉ କିଛି ଦିନ ପରେ ଗଣେଷ ପୂଜା ପାଇଁ ଅନେକ ମୂର୍ତ୍ତି ପ୍ରସ୍ତୁତ ହୋଇରହିଥିଲା ଏବଂ ଆଉ କିଛି ମୂର୍ତ୍ତି ଅଧା ଗଢାହୋଇଥିଲା । ତେବେ ରାତି ଅଧରେ ପଶି ହାତୀପଲ ସବୁ ମୂର୍ତ୍ତି ଭାଙ୍ଗିଦେବା ପରେ କାରିଗର ମୁଣ୍ଡରେ ହାତ ଦେଇଛନ୍ତି ।  ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ମୂର୍ତ୍ତି କାରିଗର ।

Comments are closed.