mission shakti banner

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

BSKY banner  750×100

ଅନୁଗୁଳ : ଆଠମଲ୍ଲିକ ବନଖଣ୍ଡ ନୂଆଗଡ଼ ପଞ୍ଚାୟତର ନଅଗାଁରେ ହାତୀ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି  । ମୃତ୍ୟୁ ବରଣ କରିଥିବା ବୃଦ୍ଧା ଜଣଙ୍କ ହେଲେ ସୁବାସିନୀ ନାୟକ । ସୂଚନା ଆନୁଯାୟୀ, ମଙ୍ଗଳବାର ବିଳମ୍ୱିତ ରାତିରେ ଗ୍ରାମଭିତରକୁ ହାତୀପଲ ପସିଥିଲେ । ବୃଦ୍ଧା ଜଣଙ୍କ ବୁଧବାର ସକାଳେ ଘର ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ତାଙ୍କର ମତ୍ୟୁ ଘଟିଛି । ଗ୍ରାମବାସୀମାନେ କ୍ଷତିପୁରଣ ଦାବିରେ ନୂଆଗଡ଼ ରାସ୍ତା ଅବୋରେଧ କରିଛନ୍ତି ।

 

Comments are closed.