www.samajalive.in
Friday, December 12, 2025
15.1 C
Bhubaneswar

ଇଲେକ୍ଟ୍ରିସିଆନଙ୍କୁ ମାରି ପୋତିଦେଲେ

ବରଗଡ଼: ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ କଲୋନୀ ପଛପଟେ ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ନୃଶଂସ ଭାବେ ହତ୍ୟା କରି କ୍ଷେତରେ ପୋତି ଦିଆଯାଇଛି। ଆଜି ସକାଳେ ଅଧା ପୋତା ଶବ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଲୋକେ ଭୟରେ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ଗ୍ରାମାଞ୍ଚଳ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲା। ମୃତବ୍ୟକ୍ତିଙ୍କ ନାମ ଦେବରାଜ ପାଣିଗ୍ରାହୀ(୪୬)ଓ ସେ ଜଣେ ବିଦ୍ୟୁତ୍ ​ମେକାନିକ ବୋଲି ଜଣାପଡ଼ିଛି।

କିଏ ତାଙ୍କୁ ଏଭଳି ନୃଶଂସ ଭାବେ ମାରିଛି, କାହିଁକି ମାରିଛି ଜଣାପଡ଼ି ନାହିଁ। ପୁଲିସ ତଦନ୍ତ କରୁଥିଲେ ମଧ୍ୟ କିଛି ସୁରାକ ପାଇନାହିଁ। ଅନେକ ସମୟ ଧରି ମୃତବ୍ୟକ୍ତିଙ୍କ କେହି ଚିହ୍ନା ପରିଚିତ ବ୍ୟକ୍ତି ଆସିନଥିଲେ। ଅବଶ୍ୟ ବହୁ ବିଳମ୍ବରେ କଳାହାଣ୍ଡିରେ ରହୁଥିବା ଦେବରାଜଙ୍କ ଭଉଣୀ ସଂଯୁକ୍ତା ଜ୍ୟୋତିଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ବରଗଡ଼ରେ ରହୁଥିବା ତାଙ୍କ ମାଉସୀଙ୍କ ଝିଅ ତାଙ୍କୁ ଫୋନ କରି ଦେବରାଜଙ୍କୁ ହତ୍ୟା କରାଯାଇଛି ବୋଲି ଜଣାଇବାରୁ ସେ ଏଠାକୁ ଆସିଥିବା ସଂଯୁକ୍ତା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇକୁ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ଶବ ପାଖରେ ଭଙ୍ଗା ଇଟା ପଡ଼ିଥିବାରୁ ତାଙ୍କ ଭାଇଙ୍କୁ ଇଟାରେ ଛେଚି ହତ୍ୟା କଲାପରେ ଶବକୁ ଅଧା ପୋତି ଦିଆଯାଇଛି ବୋଲି ତାଙ୍କ ସନ୍ଦେହ ହେଉଛି। କାହା ସହିତ ତାଙ୍କ ଭାଇଙ୍କ ଶତ୍ରୁତା ଥିବା କିମ୍ବା ଝଗଡ଼ା ହୋଇଥିବା କଥା ସେ କେବେ ଶୁଣିନାହାନ୍ତି ବୋଲି ସଂଯୁକ୍ତା କହିଛନ୍ତି। ଯୁବକଙ୍କ ଯେଭଳି ଭାବେ ହତ୍ୟା କରାଯାଇଛି, ଏହା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ଅଛି ବୋଲି ପୁଲିସ ସନ୍ଦେହ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories