www.samajalive.in
Sunday, December 14, 2025
23.1 C
Bhubaneswar

ଏପ୍ରିଲ ୩ରେ ହେବ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ

ଭୁବନେଶ୍ବର: ଢେଙ୍କାନାଳ ଜିଲାର ହିନ୍ଦୋଳ ଓ ବରଗଡ଼ ଜିଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହାପୂର୍ବରୁ ଏହି ଦୁଇ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ ହେବ ଏବଂ ଭୋଟ ଗ୍ରହଣ କରାଯିବ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିଠାରୁ ଆଚରଣବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩ରେ ଏହି ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଆଶାୟୀ ପ୍ରାର୍ଥୀ ମାର୍ଚ୍ଚ ୯ରୁ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ମାର୍ଚ୍ଚ ୧୭ରେ ଯାଞ୍ଚ ହେବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ସେମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ।

- Advertisement -

ଢେଙ୍କାନାଳ ଜିଲାର ହିନ୍ଦୋଳ ଓ ବରଗଡ଼ ଜିଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ମତଦାନ ଏପ୍ରିଲ ୩ରେ ଅନୁଷ୍ଠିତ ହେବ ଏବଂ ଏପ୍ରିଲ ୫ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହା ପରେ ଏପ୍ରିଲ ୧୯ ତାରିଖରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories