ମତଦାତା ମାର୍ଗଦର୍ଶିକା ହେବ ମତଦାନର ନିମନ୍ତ୍ରଣ ପତ୍ର, ପ୍ରତି ପରିବାରରେ ପହଞ୍ଚାଇବକୁ ନିର୍ଦେଶ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧ#କାରୀ ନିକୁଞ୍ଜ ବିହାରୀ ଧଳ ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କିଛନ୍ତିା ସମ୍ବଲପୁର ମୁନିସିପାଲ କର୍ପୋରେସନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାର ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇ ନିର୍ବାଚନ ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଥିଲ।
ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚାରି ସଂସଦୀୟ କ୍ଷେତ୍ର ଅଧୀନରେ
ଆସୁଥିବା ୭ଟି ଜିଲାର ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ, ସମସ୍ତ ଅତିରିକ୍ତ ଜିଲାପାଳ, ଉପଜିଲାପାଳମାନଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲୋ ସମସ୍ତ ଜିଲାର ଜିଲାପାଳମାନେ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ଜିଲାର ନିର୍ବାଚନ ପ୍ରସ୍ତୁତିର ସବିଶେଷ ତଥ୍ୟ ରଖିଥିଲ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମସ୍ତ ତଥ୍ୟ ବାବଦରେ ଅବଗତ ହେବା ସହ ପ୍ରସ୍ତୁତିର ବିଭିନ୍ନ ଦିଗ ଓ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିଥିଲେ। ଏହା ସହିତ ଶ୍ରୀ ଧଳ ସି-ଭିଜିଲ୍, ସୁବିଧା ପୋର୍ଟାଲ, ଏନ୍କର ନୋଡାଲ ଆଦି ଆପ୍ ଦ୍ୱାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା କରିଥିଲ। ନକ୍ସଲ ପ୍ରଭାବିତ ଅଞ୍ଚଳ, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲ। ନିର୍ବାଚନକୁ ଦେଶର ସର୍ବବୃହତ୍ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ମହିଳା, ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲ।

ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ଦ୍ୱିତୀୟ ସଂପାନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ନିର୍ବାଚନ ଅଧ#କାରୀ ଏହି ସମସ୍ତ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିଥିଲ। ଏହି ସମୀକ୍ଷା ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଏଡିଜି ସଂଜୟ କୁମାର ସିଂ ଆଭାସୀ ମାଧ୍ୟମରେ ସାମିଲ ହୋଇ ନର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲ। ନିର୍ବାଚନ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲା ପ୍ରଶାସନ, ପୁଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସଟି ପରିବହନ ଓ ଜଙ୍ଗଲ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲ।
ପ୍ରେସ୍ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲ।

କିଭଳି ଭାବରେ ବିଭିନ୍ନ ବୁଥ୍ରେ ସୁରକ୍ଷା, ମତଦାତାଙ୍କ ସୁବିଧା ପାଇଁ ଭୋଟିଂ ସମୟ, ବୁଥ୍ରେ ପାନୀୟ ଜଳ, ଛାଇ ଓ
ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା ହୋଇଥ#ଲାା ଏହି ୭ଟି ଜିଲ୍ଲାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ୱାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ଶ୍ରୀ ଧଳ ମତ ରଖିଥିଲୋ ଉଭୟ ସଂପାନର ସମୀକ୍ଷାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ#କାରୀ ଡକଫର ଏନ୍. ତିରୁମାଲା ନାୟକ ଓ ଯୁଗ୍ମ
ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ ସହ ସମୀକ୍ଷା
କରିଥିଲ।

ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଉତ୍ତର-
କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ପଶ୍ଚିମାଞ୍ଚଳ ଡିଆଇଜି ନିତିଶେଖର, ସମ୍ବଲପୁର ଜିଲାପାଳ ଅଗ୍ରଓ୍ୱାଲ
ଅକ୍ଷୟ ସୁନୀଲ, ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ, ଝାରସୁଗୁଡ଼ା ଜିଲାପାଳ ଆବୋଲି ସୁନୀଲ
ନରାଓ୍ୱନେ, ଢେଙ୍କାନାଳ ଜିଲାପାଳ ଅମୃତ ଋତୁରାଜ, ଅନୁଗୋଳ ଜିଲାପାଳ ଅବଦଲ୍ ଏମ୍. ଅଖତର, ଦେବଗଡ଼
ଜିଲାପାଳ ସୋମେଶ ଉପାଧ୍ୟାୟ, ସୁନ୍ଦରଗଡ଼ ଜିଲାପାଳ ଗାଓ୍ୱଲି ପରାଗ ହର୍ଷଦ ଯୋଗଦେଇଥିଲ।
ଅଇନଶୃଙ୍ଖଳା ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ (ସମ୍ବଲପୁର),
ପି.ଏସ୍. ମୀନା (ବରଗଡ଼), ମଡ଼କର ସନ୍ଦୀପ ସମ୍ପଦ (ଢେଙ୍କାନାଳ),  ଅନୁପମା ଜେମ୍ସ (ଦେବଗଡ଼),
ପି.ଏସ୍. ପୁରୁଷୋତ୍ତମ ଦାସ (ଝାରସୁଗୁଡ଼ା) ଯୋଗଦେଇଥିଲ।

Comments are closed.