www.samajalive.in
Thursday, December 11, 2025
16.1 C
Bhubaneswar

‘ଯଦି ବର୍ତ୍ତମାନ ନିର୍ବାଚନ ହେବ, ୧୫ଟି ଆସନ ହରାଇବ ଏନଡିଏ’: ସର୍ଭେ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ଯଦି ଏବେ ନିର୍ବାଚନ ହୁଏ ତେବେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଲୋକସଭାରେ ୧୫ଟି ଆସନ ହରାଇପାରେ ବୋଲି ଏକ ସର୍ଭେରେ ଜଣାପଡିଛି। ବିଗତ ବର୍ଷର ଡିସେମ୍ବର ୧୫ରୁ୨୫ ମଧ୍ୟରେ କରାଯାଇଥିବା ସର୍ଭେ ଅନୁସାରେ, ମୋଟ୍‍ ୫୪୩ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏନଡିଏ ୨୫୭ ଆସନ ପାଇବାର ଆକଳନ କରାଯାଉଥିବା ବେଳେ କଂଗ୍ରେସ ପ୍ରତିନିଧିତ୍ୱ ୟୁପିଏ ୧୪୬ଟି ଆସନ ପାଇବାର ଆଶା ରହିଛି। କଂଗ୍ରେସ ବିଜୟୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ୫ଟି ରାଜ୍ୟର ବିଧାନସଭା ମତଦାନ ପରେ ଏହି ସର୍ଭେ କରାଯାଇଥିଲା।
ଇଣ୍ଡିଆ ଟିଭି-ସିଏନଏକ୍ସ ଦ୍ୱାରା କରାଯାଇଥିବା ଏକ ଜାତୀୟ ସ୍ତରୀୟ ସର୍ଭେରୁ ଜଣାପଡ଼ିଛି ବିଧାନସଭା ମତଦାନ ପୂର୍ବରୁ ଏନଡିଏ ଏକ ସଂଖ୍ୟା ଗରିଷ୍ଠ ଦଳ ଭାବେ ୨୮୧ ଆସନରେ ବିଜୟୀ ଥିଲା। ଏଥିସହିତ ୟୁପିଏ ୧୨୪ଟି ଏବଂ ଅନ୍ୟାନ୍ୟ ଦଳ ୧୩୮ଟି ଆସନ ହାସଲ କରିଥିଲା। ହେଲେ ମତଦାନ ପରେ ଏନଡିଏ ୨୪ଟି ଆସନ ହରାଇବା ବେଳେ ୟୁପିଏ ୨୨ଟି ଆସନ ହାସଲ କରିଥିଲା। ସର୍ଭେ ରିପୋର୍ଟ ଅନୁସାରେ, ନିର୍ବାଚନରେ ଏନଡିଏ ୩୭.୧୫ ପ୍ରତିଶତ ମତଦାନ ପାଇବା ସହ ୟୁପିଏ ୨୯.୯୨ ପ୍ରତିଶତ ଓ ଅନ୍ୟାନ୍ୟ ଦଳ ୩୨.୯୩ ପ୍ରତିଶତ ମତଦାନ ପାଇବାର ଆଶା ରହିଛି। ବିଶେଷକରି ଏନଡିଏରୁ ବିଜେପି କେବଳ ୨୨୩ ଆସନ ପାଇବାର ଅନୁମାନ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories