ଆବଶ୍ୟକ ସାମଗ୍ରୀ
ଗୁୁଜୁରାତି ଗୁଣ୍ଡ – ୧ ଚାମଚ
ଲେମ୍ବୁ ରସ – ୨ ଚାମଚ
କଳାଲୁଣ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ଖଣ୍ଡ – ୨ଟି
ଚିନି – ଆବଶ୍ୟକ ପରିମାଣରେ
ବରଫ ଖଣ୍ଡ – ୪ଟି
ଥଣ୍ଡାପାଣି – ୪ କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗୁଜୁରାତିକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ନଚେତ ଗୁଜୁରାତି ଗୁଣ୍ଡ ଆଣନ୍ତୁ। ଏକ ପାତ୍ରରେ ପାଣି ପକାଇ କଳାଲୁଣ, ଗୁଜୁରାତି ଗୁଣ୍ଡ ,ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏକ ଗ୍ଲାସକୁ କାଢନ୍ତୁ। ଏହି ପାଣିରେ ଲେମ୍ବୁ ରସ ମିଶାଇ ଭଲ ଭାବେ ଚାମଚ ଦ୍ୱାରା ଗୋଳାଇ ଦିଅନ୍ତୁ। ଏବେ ଏଥିରେ ବରଫ ଖଣ୍ଡ ପକାଇ ଲେମ୍ବୁ ଖଣ୍ଡ ସଜାଇ ଦେଇ ପିଅନ୍ତୁ ଗୁଜୁରାତି ସରବତ।
ଥଣ୍ଡା ଥଣ୍ଡା ଗୁଜୁରାତି ସରବତ
Popular Categories



