www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଉପାୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଣ୍ଡା ରୋଲ

ଆବଶ୍ୟକ ସାମଗ୍ରୀ
ମଟନ – ୨୫୦ ଗ୍ରାମ ( କିମା ହୋଇଥିବା ମଟନ)
ଅଣ୍ଡା -୧ଟି
ମଇଦା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦାରସୁଣ ବଟା – ୨ ଚାମଚ
କଟା ପିଆଜ – ୩ଟି
ଗରମ ମସଲା – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଂଚା ଲଙ୍କା – ୩ଟି
ସିମଲା ଲଙ୍କା – ୧ଟି (କଟା ହୋଇଥିବା)
ଟମାଟୋ – ୧ଟି (କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ମଇଦାରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ରଖି ଏଥିରେ ଛୋଟ ଛୋଟ ଗୁଳା କରି ପତଳା ରୁଟି ବେଲି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଭାଙ୍ଗି ସାମାନ୍ୟ ଲୁଣ ଓ ଧନିଆପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ପକାଇ ଅଣ୍ଡାକୁ ପକାଇ ଏହା ଉପରେ ପ୍ରସ୍ତୁତ ରୁଟିକୁ ପକାଇ ଉଭୟ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ସିମଲା ଲଙ୍କା ପକାଇ ଭାଜିବା ପରେ ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଂଚା ଲଙ୍କା, ଲୁଣ ପକାଇ କଷନ୍ତୁ। କଷିବା ପରେ ଏଥିରେ ମଟନ କିମା, ପୁଣି କିଛି ପିଆଜ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଧନିଆପତ୍ର ପକାଇ ଏକ ପାତ୍ରକୁ କାଢି ପୂର୍ବ ପ୍ରସ୍ତୁତ ରୁଟି ମଧ୍ୟରେ ଦେଇ ରଖନ୍ତୁ ଓ ରୋଲ ଭଳି କରନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଅଣ୍ଡା ରୋଲ । ଏହାକୁ ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories