www.samajalive.in
Monday, December 8, 2025
20.1 C
Bhubaneswar

ଉଜ୍ବଳ ମୁହଁ ପାଇଁ ଅଣ୍ଡାର ବ୍ୟବହାର

ସର୍ବଦା ମୁହଁକୁ ଉଜ୍ବଳ କରିବା ପାଇଁ ଆପଣ ଅନେକ ପ୍ରକାର ରସାୟନିକ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଦ୍ରବ୍ୟ ବ୍ୟବହାର କରିବା ଦ୍ବାରା ମୁହଁରେ ଖରାପ ପ୍ରଭାବ ପଡିଥାଏ। କିନ୍ତୁ କିଛି ଘରୋଇ ଉପଚାର କରିବା ଦ୍ବାରା ମୁହଁ ଉଜ୍ବଳ ଦେଖାଯିବ। ଅଣ୍ଡା ସାଧାରଣତଃ ଆପଣ ଖାଦ୍ୟ ରୂପେ ବ୍ୟବହାର କରିଥାଆନ୍ତି। କିନ୍ତୁ ଅଣ୍ଡାକୁ ବ୍ୟବହାର କରି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଉଜ୍ବଳ ଦେଖାଯାଇଥାଏ।

ଆସନ୍ତୁ ଜାଣିବା ମୁହଁରେ ଅଣ୍ଡାର ବ୍ୟବହାର କିପରି କରିବା ..

- Advertisement -

ଅଣ୍ଡା ଓ ଲେମ୍ବୁ :

ଉଜ୍ବଳ ମୁହଁ ପାଇଁ ଅଣ୍ଡା ଓ ଲେମ୍ବୁର ବ୍ୟବହାର କରଯାଇଥାଏ। ଗୋଟିଏ ଅଣ୍ଡାକୁ ଭାଙ୍ଗି ସେଥିରେ ଲେମ୍ବୁ ଓ ଅଳ୍ପ ମହୁ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ବାରା ପେଷ୍ଟଟି ଗାଢ ହୋଇଯିବ। ତାପରେ ତାକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରେ ଲାଗିଥିବା ଅପରିଷ୍କାର ଧୂଳି ବାହାରିଯିବ।ଅଣ୍ଡା ଓ ବେସନ :

ଅଣ୍ଡାକୁ ଭାଙ୍ଗି ସେଥିରେ ଲେମ୍ବୁ, ମହୁ ଓ ବେସନ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେସେହି ପେଷ୍ଟକୁ ମୁହଁରେ ୧୫ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ତାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରେ ଲାଗିଥିବା ଜୀବାଣୁ ବାହାରି ଯାଇଥାଏ। ମୁହଁ ଉଜ୍ବଳ ମଧ୍ୟ ଦେଖା ଯାଇଥାଏ। ଅଣ୍ଡାରେ ପ୍ରୋଟିନ ଓ ଭିଟାମିନ ଥିବାରୁ ତାହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।ଅଣ୍ଡା ଓ ଦହି :

ଦୈନନ୍ଦିନ ବ୍ୟସ୍ତବହୁଳରେ ଜୀବନରେ ଆପଣ ନିଜ ମୁହଁର ଠିକ ଭାବେ ଧ୍ୟାନ ନେଇ ପାରି ନଥାନ୍ତି। ଏପରି ହେବା ଦ୍ବାରା କମ୍ ବୟସରେ ମୁହଁର ଆକର୍ଷଣ ଓ ଉଜ୍ବଳତା କମି ଯାଇଥାଏ। ଏପରି କ୍ଷେତ୍ରରେ ମୁହଁରେ ଅଣ୍ଡା ଓ ଦହି ଲଗାଇବା ଉଚିତ। ଅଣ୍ଡାରେ ଗୋଟେ ଚାମଚ ଦହିକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ତାହାକୁ ମୁହଁରେ ୧୦ମିନିଟ ଲଗାନ୍ତୁ। ତାପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ।

ଆପଣ ଏହି ସମସ୍ତ ଉପାୟକୁ ସପ୍ତାହରେ ଦୁଇ ଥର କରିବା ଉଚିତ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories