ଭିଜିଲାନ୍ସ ଜାଲରେ ଅଗ୍ନିଶମ ବିଭାଗର ଅଧିକାରୀ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ଅଗ୍ନିଶମ ବିଭାଗର ଫାୟାର ଅଫିସର ଚୈତନ୍ୟ ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ଅନୁସାରେ, ବାଘମୁଣ୍ଡା ଗାଁ’ର ଚନ୍ଦ୍ରମଣି ଜୟପୁରିଆଙ୍କ ଏକ ଚାରିଚକିଆ ଗାଡି ଗତ ଅକ୍ଟୋବର ୩୦ ତାରିଖରେ କୌଣସି କାରଣବଶତଃ ଜଳି ଯାଇଥିଲା। ଜଳିଯାଇଥିବା ଗାଡ଼ିର ବୀମା ଆବେଦନ କରିବା ପାଇଁ ଫାୟାର ଅଫିସରଙ୍କ ରିପୋର୍ଟ ଦରକାର ପଡିଥିଲା। ତେବେ ଏହି ରିପୋର୍ଟ ଦେବା ପାଇଁ ଚୈତନ୍ୟ ଚନ୍ଦ୍ରମଣିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ​‌ନେଇ ଚନ୍ଦ୍ରମଣି ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ତେବେ ଆଜି ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଚୈତନ୍ୟଙ୍କୁ ଗିରଫ କରିଛି।

Leave A Reply