www.samajalive.in
Saturday, December 6, 2025
16.1 C
Bhubaneswar

ଶାହି ଅଣ୍ଡା ତରକାରୀ

ଆବଶ୍ୟକ ସାମଗ୍ରୀ
ସିଝା ଅଣ୍ଡା – ୫ଟି
ଗୁଜୁରାତି – ୪ଟି
କଞ୍ଚା ଲଙ୍କା – ୪ଟି
ଲବଙ୍ଗ – ୫ଟି
ଜିରା – ୧ ଚାମଚ ରୁ ସାମାନ୍ୟ କମ
ଡ଼ାଲଚିନି – ଅଳ୍ପ
ଗୋଲମରିଚ – ଅଳ୍ପ
ଅଦା ରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ବେସନ – ସାମାନ୍ୟ
ଚିକେନ ମସଲା – ୧ ଚାମଚ
କଟା ରସୁଣ – ୪ରୁ ୫ଟି
କଟା ଅଦା – ଅଳ୍ପ
କଟା ପିଆଜ – ୪ଟି
କଟା ଟମାଟୋ – ୩ଟି
ତେଲ – ଆବଶ୍ୟକ ପରିମାଣରେ
କଟା କାଜୁ – ୭ଟି
ବାଦାମ – ୧୦ ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରି ଅଣ୍ଡା ସିଝାଇ ଦିଅନ୍ତୁ। ଅଣ୍ଡା ସିଝିବା ପରେ ଏହାର ଚୋପା ଛଡ଼ାଇ ଦେଇ ଛୁରୀ ଦ୍ୱାରା ସାମାନ୍ୟ କାଟନ୍ତୁ ମାତ୍ର ସମ୍ପୂର୍ଣ୍ଣ ଦୁଇଫାଳ କରନ୍ତୁ ନାହିଁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ଏଥିରେ ଭଲ ଭାବେ ଭାଜି ଏକ ପାତ୍ରକୁ କାଢନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପୁଣି ଗରମ କରନ୍ତୁ। ଏହାପରେ ଏଥିରେ ଜିରା, ଳବଙ୍ଗ, ଗୋଲମରିଚ, ଗୁଜୁରାତି, ଡ଼ାଲଚିନି ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ପିଆଜ, ଅଦା, ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଲୁଣ ପକାଇ ଗୋଳାନ୍ତୁ। କିଛି ସମୟ ପରେ କାଜୁ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ପକାଇ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ପରେ ପେଷା ଟମାଟୋ ପକାଇ ୨ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଭାଜି ରଖିଥିବା ଅଣ୍ଡାକୁ , ଗରମ ମସଲା , କଟା ଧନିଆ ପତ୍ର ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଶାହି ଅଣ୍ଡା ତରକାରୀ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories