www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କ ୨ୟ ପାଳିର ପ୍ରଥମ ‘ମନ୍‌ କୀ ବାତ୍‌’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ଲାଗି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜର ମନ କଥା କହିଛନ୍ତି। ପୂର୍ବାହ୍ନ ୧୧ଟାରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓରେ ଏହାର ପ୍ରସାରଣ ହୋଇଥିଲା। ଗତ ମାର୍ଚ୍ଚ ମାସଠାରୁ ପ୍ରାୟ ୪ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ପୁଣି ଥରେ ଏହା ଆରମ୍ଭ ହୋଇଛି।

ମୋଦୀ ତାଙ୍କ ଉଦବୋଧନରେ କହିଥିଲେ, ଗତ ଫେବୃୟାରୀରେ ଯେତେବେଳେ ସେ କହିଥିଲେ ଯେ, ନିର୍ବାଚନ ପରେ ପୁଣି ଥରେ ‘ମନ୍‌ କୀ ବାତ୍‌’କୁ ଫେରିବେ ସେତେବେଳେ ଅନେକ ଲୋକ ତାଙ୍କୁ ଅଧିକ ଆତ୍ମବିଶ୍ଵାସୀ ବୋଲି ବିବେଚନା କରିଥିଲେ। କିନ୍ତୁ ତାଙ୍କର ସବୁବେଳେ ଭାରତୀୟମାନଙ୍କ ଉପରେ ବିଶ୍ଵାସ ରହିଥିଲା। ଲୋକେ ପୁଣି ଥରେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆସିବାକୁ ସୁଯୋଗ ଦେଲେ। ଏହି ଅବସରରେ ମୋଦୀ ଦେଶରେ ଜଳ ସଂରକ୍ଷଣର ଗୁରୁତ୍ଵ ଉପରେ ବର୍ଣ୍ଣନା କରିଥିଲେ। ଜଳ ସଂରକ୍ଷଣ ଦିଗରେ ଲୋକମାନେ ନିଜର ଚିନ୍ତାଧାରାକୁ ସୋସିଆଲ ମିଡିଆରେ #JanShakti4JalShakti(ଜଳଶକ୍ତି ପାଇଁ ଜନଶକ୍ତି) ମାଧ୍ୟମରେ ଶେୟାର କରିବାକୁ କହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories