www.samajalive.in
Monday, December 8, 2025
27.1 C
Bhubaneswar

ପିସିସି ସଭାପତି ଦାୟିତ୍ଵ ହସ୍ତାନ୍ତର ବେଳେ କାନ୍ଦି ପକାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଦାୟିତ୍ଵରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଇସ୍ତଫା ଦେବା ପରେ ଦଳର ବରିଷ୍ଠ ନେତା ମୋହନ ମରକମଙ୍କୁ ନୂଆ ସଭାପତି ବଛାଯାଇଛି। ଏଥିପାଇଁ ଶନିବାର ଦାୟିତ୍ଵ ହସ୍ତାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପିସିସି ସଭାପତି ତଥା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନୂଆ ସଭାପତି ମରକମଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ତେବେ ଏହି ଅବସରରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଦାୟିତ୍ଵ ହସ୍ତାନ୍ତର ସମୟରେ ପୋଡିୟମରେ ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବଘେଲ କାନ୍ଦି ପକାଇଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପି.ଏଲ. ପୁନିଆ ଉପସ୍ଥିତ ଥିଲେ। ବଘେଲ ଉଦବୋଧନ ଦେଇ ଦଳର ସମସ୍ତ ନେତା, ଯେଉଁମାନେ ତାଙ୍କ ସହିତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟରେ ଦଳ ପାଇଁ ସେମାନଙ୍କ ଅବଦାନକୁ ସବୁଦିନ ମନେ ରଖିବେ ବୋଲି କହିଥିଲେ। ସେ ଆହୁରି କହିଥିଲେ, ୨୦୧୩ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଆମେ ପରାଜିତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ରାଜ୍ୟ ପିସିସି ସଭାପତି ଭାବେ ନିଯୁକ୍ତ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ଅଳ୍ପଦିନ ରହିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଆମେ ଲଢ଼େଇ ଜାରି ରଖିଥିଲୁ ଏବଂ ଶେଷରେ ରାଜ୍ୟରେ କ୍ଷମତା ଦଖଲ କଲୁ। ଏହା ସହିତ ସେ ନୂଆ ସଭାପତି କରକମଙ୍କୁ ପ୍ରଶଂସା କରିବା ସହ ସେ ଜଣେ କଠିନ ପରିଶ୍ରମୀ ଏବଂ ସରଳ ବ୍ୟକ୍ତି ବୋଲି କହିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories