www.samajalive.in
Monday, December 8, 2025
16.1 C
Bhubaneswar

ସ୍ଥାୟୀ ଲୋକଅଦାଲତଙ୍କ କାରଣ ଦର୍ଶାଅ ନୋଟିସ ପରେ ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗ ଦେଲା ଲିଖିତ ବିବୃତି 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କଠାରୁ ଆରମ୍ଭ କରି କର୍ମଚାରୀ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି। ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀମାନେ ପଦବୀଗୁଡିକ ପୁରଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିବାବେଳେ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବା ନିଶ୍ଚୟ ପରିତାପର ବିଷୟ । ଏହି ବ୍ଲକ ଅନ୍ତର୍ଗତ ବାଘମାରୀ ରଘୁନାଥଦେଵ ଉଚ୍ଚ ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବଠାରୁ ଆରମ୍ଭ କରି ବହୁ ଶିକ୍ଷକ ଏବଂ କର୍ମଚାରୀ ପଦବୀ ଦୀର୍ଘବର୍ଷ ହେବ ଖାଲି ପଡ଼ିଛି । ଫଳରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀ ସନ୍ତୋଷ କୁମାର ପଣ୍ଡା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାବିଭାଗ ଶାସନ ସଚିବ, ଶିଶୁ ଅଧିକାର ସୁରକ୍ଷା କମିଶନ, ଡିଇଓ ଏବଂ ବିଇଓଙ୍କୁ ବର୍ଷ ବର୍ଷ ଧରି ଅବଗତ କରି ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ସବୁଠାରୁ ନିରାଶ ହେବା ପରେ ଶେଷରେ ଭୁବନେଶ୍ୱରସ୍ଥିତ ସ୍ଥାୟୀ ଲୋକ ଅଦାଲତଙ୍କ ଶରଣାପନ୍ନ ହୋଇଥିଲେ । ଅଭିଯୋଗ ଶୁଣାଣି କରି ଅଦାଲତ ଶିକ୍ଷା ବିଭାଗ ଅନୁ ସଚିବ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଲିଖିତ ବିବୃତି ଦେବା ପାଇଁ ନିର୍ଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଶିକ୍ଷା ବିଭାଗ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଏବଂ କର୍ମଚାରୀ ପଦବୀ ଖୁବଶୀଘ୍ର ପୂରଣ କରିବା ପାଇଁ ଲିଖିତ ବିବୃତି ଦେଇଥିବାର ଜଣାପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories