www.samajalive.in
Monday, December 8, 2025
14.1 C
Bhubaneswar

କଂଗ୍ରେସରେ ପ୍ରିୟଙ୍କା

ଅନୁମାନ ମୁୁତାବକ ପ୍ରିୟଙ୍କା ଗାନ୍ଧୀ ଭଦ୍ର କଂଗ୍ରେସ ସଂଗଠନରେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କ ଭାଇ ତଥା କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ​‌େ​ଦଇ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବ ପ୍ରଦାନ କରିଛନ୍ତି। ଲୋକସଭା ନିର୍ବାଚନ ବର୍ଷରେ ପ୍ରିୟଙ୍କାଙ୍କୁ ଦଳୀୟ ସଂଗଠନରେ ସାମିଲ କରି ଉତ୍ତରପ୍ରଦେଶ ଦାୟିତ୍ବ ଅର୍ପଣ କରିବା ପଛରେ ନିଶ୍ଚିତ ରାହୁଳଙ୍କର ଏକ ବଡ଼ ଲକ୍ଷ୍ୟ ରହିଛି। ଦେଶର ସବୁଠୁ ଜନବହୁଳ ଓ ସର୍ବାଧିକ ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶରେ ଏବେ କଂଗ୍ରେସର ଦୁଇଜଣ ସଦସ୍ୟ ଅଛନ୍ତି। ସେଥିରୁ ଆମେଠିରେ ନିଜେ ରାହୁଳ ଓ ରାୟବରେଲିରେ ତାଙ୍କ ମାତା ସୋନିଆ ଜିତିଛନ୍ତି। କୁହାଯାଏ ଉତ୍ତରପ୍ରଦେଶକୁ ନ ଜିଣିଲେ କୌଣସି ଦଳ ଦିଲ୍ଲୀଶାସନକୁ ଯାଇପାରେ ନାହିଁ। ତେଣୁ ବିଏସ୍‌ପି-ଏସପି ମେଣ୍ଟ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ଏକୁଟିଆ ହୋଇପଡ଼ିଥିବା କଂଗ୍ରେସ ନିଜର ସବୁ କଳବଳ ଲଗାଇ ନିଜର ହୃତଗୌରବ ଫେରାଇ ଆଣିବାକୁ ଯେଉଁ ଉଦ୍ୟମ କରୁଛି ପ୍ରିୟଙ୍କାଙ୍କୁ ସାଂଗଠନିକ ଦାୟିତ୍ବ ପ୍ରଦାନ ତାହାର ଏକ ଅଂଶବିଶେଷ।
ପ୍ରିୟଙ୍କାଙ୍କ ହାତରେ କୁହୁକ ଦଣ୍ଡ ନାହିଁ ଯାହାକୁ ସେ ପ୍ରୟୋଗ କରି ଉତ୍ତରପ୍ରଦେଶରେ ନିଜଦଳର ଭାଗ୍ୟ ବଦଳାଇ ପାରିବେ। ସେ ରାଜନୀତିରେ ନବାଗତା ହେଲେ ମଧ୍ୟ ରାଜନୀତି ସମ୍ପର୍କରେ ଅନଭିଜ୍ଞା ନୁହନ୍ତି। ଦଳୀୟ ସଂଗଠନର କେତେକ କାର୍ଯ୍ୟସହ ସେ ଅଣଆନୁଷ୍ଠାନିକ ଭାବେ ପୂର୍ବରୁ ସଂପୃକ୍ତ। ତାଙ୍କର ଏକ ବିଶେଷ ଆକର୍ଷଣ ହେଲା ଯେ ଜନତାଙ୍କୁ ଆକୃଷ୍ଟ କରିବାର ତାଙ୍କ ଜେଜେ ମାଆଙ୍କ କଳାରୁ କିଞ୍ଚିତ୍‌ ଆଣିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପାଇଁ ପ୍ରଚାର କରିଥିଲେ ମଧ୍ୟ ବିଜେପି ହାୱାରେ ଦଳ ବିଶେଷ ସଫଳତା ପାଇନଥିଲା। ତଥାପି ହିନ୍ଦୀଭାଷୀ ତିନି ପ୍ରମୁଖ ରାଜ୍ୟ ଜୟ ପରେ ଏବେ କଂଗ୍ରେସର ଅଚ୍ଛେଦିନ ଆସିବାକୁ ଆରମ୍ଭ ହୋଇଥିବାରୁ ସେ ସଂଗଠନରେ ସାମିଲ ହୋଇ ନିଜ ଅସୁସ୍ଥ ମାତାଙ୍କ ଅନୁପସ୍ଥିତିରେ ଭାଇଙ୍କୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିବେ ନିଶ୍ଚିତ। ତାଙ୍କ ପରାମର୍ଶ ଓ ଉଦ୍ୟମ ଦଳ ପାଇଁ ଲାଭଜନକ ହୋଇପାରେ। ନୂଆ ପିଢ଼ିକୁ ସଂଗଠନ ଦାୟିତ୍ବରେ ଅଧିକରୁ ଅଧିକ ନିୟୋଜିତ କରିବାର ଯେଉଁ ପ୍ରକ୍ରିୟା ରାହୁଳ ଆରମ୍ଭ କରିଛନ୍ତି ପ୍ରିୟଙ୍କା ସେଥିରେ ଆଉ ଏକ ଅଧ୍ୟାୟ। ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରନ୍ତି।
ରାହୁଳ ନେତୃତ୍ବରେ ବିଫଳ ହେବାରୁ ପ୍ରିୟଙ୍କାଙ୍କୁ ସଂଗଠନକୁ ଆଣିଛନ୍ତି ବୋଲି ଯେଉଁ ସମାଲୋଚନା ହେଉଛି ତାହା ଯଥାର୍ଥ ମନେହୁଏନା। କଂଗ୍ରେସ ଭଳି ଏକ ପୁରୁଣା ଓ ବିରାଟ ଅନୁଷ୍ଠାନରେ ସଭାପତିଙ୍କୁ ଉଚିତ ଦିଗ୍‌ଦର୍ଶନ ଓ ସହାୟତା ଦେବାପାଇଁ ପ୍ରତିଭାର ଆବଶ୍ୟକତା ରହିଛି। ୟାକୁ ବଂଶବାଦ କହି ତାଚ୍ଛଲ୍ୟ କରିବାର କିଛି ଯଥାର୍ଥତା ନାହିଁ। ଯେତେବେଳେ ସାରାଦେଶରେ ଅଧିକାଂଶ ଦଳ ଓ ସଂଗଠନ ବ୍ୟକ୍ତି ଓ ପରିବାରକୈନ୍ଦ୍ରିକ ହୋଇ ଚାଲିଛି ସେଥିରେ ରାହୁଳଙ୍କର ଭୁଲ କେଉଁଠି? କଂଗ୍ରେସ ତାହାର ଦୀର୍ଘ ଇତିହାସରେ ବହୁ ଉତ୍‌ଥାନପତନ ଦେଖିଛି; କିନ୍ତୁ ନିଃଶେଷ ହୋଇନାହିଁ। ଲୋକେ ଏହି ଦଳକୁ ଦେଶର ବିଭିନ୍ନ ପ୍ରାନ୍ତରେ ବଞ୍ଚାଇ ରଖିଛନ୍ତି ଓ ଏହା ସହିତ ଅଛନ୍ତି। ତେଣୁ ୨୦୧୯ ଜନାଦେଶ କହିବ ରାହୁଳ ଏହି ଦଳର ନେତୃତ୍ବ ନେବାକୁ କେ​‌ତେ ଯୋଗ୍ୟ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories