www.samajalive.in
Saturday, December 6, 2025
26.1 C
Bhubaneswar

ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଏକାଧିକ ଠିକଣାରେ ଗୁରୁବାର ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ମୁମ୍ବଇସ୍ଥିତ ଅନିଲ ଅମ୍ବାନୀଙ୍କ ପ୍ରାୟ ୫୦ଟି ଠିକଣାରେ ଇଡି ଚଢାଉ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନିଲ ଡି. ଅମ୍ବାନୀଙ୍କୁ ‘ଠକେଇ’ ଭାବରେ ବର୍ଗୀକୃତ କରିବାର କିଛି ଦିନ ପରେ ଏହି ଚଢାଉ କରାଯାଇଛି।

ତେବେ ଅନିଲ ଅମ୍ବାନୀଙ୍କ ନିଜସ୍ଵ ବାସଭବନରେ ତଲାସୀ ଅଭିଯାନ କରାଯାଇ ନାହିଁ, କିନ୍ତୁ ଦିଲ୍ଲୀ ଏବଂ ମୁମ୍ବଇରୁ ଆସିଥିବା ଇଡି ଟିମ୍‌ ତାଙ୍କ ଗ୍ରୁପ୍‌ର କିଛି କମ୍ପାନୀଗୁଡ଼ିକ ସହ ଜଡ଼ିତ ପରିସର ପରିଦର୍ଶନ କରିଛନ୍ତି। ଏହି ତଦନ୍ତ RAAGA(ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍) କମ୍ପାନୀଗୁଡ଼ିକ ଦ୍ଵାରା ଅର୍ଥ ହେରଫେର ମାମଲା ସହ ଜଡ଼ିତ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories