ଏଜେଏଲ ଜମି ଆବଣ୍ଟନ ମାମଲା: ଭୋରା, ହୁଦାଙ୍କ ନାମରେ ଇଡିର ଅଭିଯୋଗଫର୍ଦ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଭୂପିନ୍ଦର ସିଂହ ହୁଦାଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାାଳୟ (ଇଡି) ପକ୍ଷରୁ ସୋମବାର ଅଭିଯୋଗଫର୍ଦ ଦାଖଲ କରାଯଇଛି। ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ) ବେଆଇନ ଅର୍ଥ କାରବାର ମାମଲାରେ ହରିୟାଣାର ପଞ୍ଚକୂଳାସ୍ଥିତ ସ୍ବତନ୍ତ୍ର ଅଦାଲତରେ ଏହି ଅଭିଯୋଗଫର୍ଦ ଦାଖଲ ହୋଇଛି।

prayash

ପଞ୍ଚକୂଳାର ସେକ୍ଟର-୬ସ୍ଥିତ ସି-୧୭ ଜମି ଏଜେଏଲକୁ ଆବଣ୍ଟିତ ହୋଇଥିଲାବେଳେ ଏ ବାବଦ ୬୪କୋଟିରୁ ଅଧିକ ଟଙ୍କା ଦେଣନେଣରେ ଅନିୟମିତତା ହୋଇଥିବା ଦର୍ଶାଇ ଇଡି ପକ୍ଷରୁ ଫୌଜଦାରୀ ମାମଲା ରୁଜୁ ହୋଇଛି। ୧୯୮୨ରେ ଏହି ଜମି ଏଜେଏଲକୁ ଆବଣ୍ଟିତ ହୋଇଥିଲା; କିନ୍ତୁ ୧୯୯୨ ସୁଦ୍ଧା ଏଜେଏଲ ଏ ସମ୍ପର୍କିତ କୌଣସି ନଥିପତ୍ର ଉପସ୍ଥାପନରେ ବିଫଳ ରହିଥିଲା। ଫଳରେ ଜମି ଆବଣ୍ଟନ ରଦ୍ଦ ହୋଇଥିଲା। ପରେ ହୁଦା ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୦୫ରେ କ୍ଷମତାର ଦୁରୁପଯୋଗ ପୂର୍ବକ ଏହି ଜମି ବାସ୍ତବ ମୂଲ୍ୟଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ଏଜେଏଲକୁ ପୁନଃ ଆବଣ୍ଟନ କରିଥିଲେ। ଏତଦ୍‌ବ୍ୟତୀତ ହୁଦା ଏହି ଜମିରେ ନିର୍ମାଣ ପାଇଁ ବେଆଇନ ଭାବେ ତିନି ଥର ସମୟ ବୃଦ୍ଧି କରିଥିଲେ। ୨୦୧୪ରେ ଏଥିରେ ନିର୍ମାଣ ଶେଷ ହୋଇଥିଲା। ଏହି ଅନିୟମିତତା ନେଇ ଇଡି ପକ୍ଷରୁ ଏତଲା ଦାୟର ହୋଇଥିଲାବେଳେ ୨୦୧୬ରେ ସିବିଆଇ ତଦନ୍ତ ମଧ୍ୟ ହୋଇଥିଲା। ଗତ ବର୍ଷ ଡିସେମ୍ବରରେ ସିବିଆଇ ଏହି ମାମଲା​ରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଏହି ମାମଲାରେ ଇଡି ଉପରୋକ୍ତ ଦୁଇ ବରିଷ୍ଠ ନେତାଙ୍କୁ ପୂର୍ବରୁ ଜେରା କରିଥିଲା। ଏଜେଏଲ ଦ୍ବାରା ପ୍ରକାଶିତ ନ୍ୟାସନାଲ ହେରାଲ୍ଡ ଖବରକାଗଜକୁ ନେଇ ଚାଲିଥିବା ମାମଲାରେ ଗାନ୍ଧୀ ପରିବାର ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

kalyan agarbati

Comments are closed.