ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନର ଦିନକ ପୂର୍ବରୁ ଗୁରୁବାର ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୨୦୧୯-୨୦ରେ ଦେଶର ଆର୍ଥିକ ସ୍ଥିତି କିପରି ରହିବ ତାହା ଉପରେ ବର୍ଣ୍ଣନା କରାଯାଇଛି।
ରିପୋର୍ଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଛି। ଗତ ଆର୍ଥିକ ବର୍ଷରେ ଏହା ୬.୮% ରହିଥିଲା। ସେହିପରି ବିତ୍ତୀୟ ନିଅଣ୍ଟ ୫.୮ ପ୍ରତିଶତ ରହିପାରେ। ଗତବର୍ଷ ଏହା ୬.୪% ରହିଥିଲା। ଆଗାମୀ ୨୦୨୫ ସୁଦ୍ଧା ଭାରତକୁ ୩ ଟ୍ରିଲିୟନ ଅର୍ଥନୀତିର ଲକ୍ଷ୍ୟ ହାସ କରିହେବାକୁ ହେଲେ ଦେଶର ଜିଡିପି ଲଗାତର ୮% ରହିବା ଆବଶ୍ୟକ। ୨୦୧୯-୨୦ ଆର୍ଥିକ ବର୍ଷରେ ତୈଳଦର ହ୍ରାସ ପାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
୨୦୧୮-୧୯ରେ ରାଜକୋଷ ନିଅଣ୍ଟ ବୃଦ୍ଧି ପାଇ ୩.୪% ରହିବ ବୋଲି ଅନୁମାନ କରାଯାଉଛି। ସରକାରୀ ନୀତି ଅନୁସାରେ ଏଫଡିଆଇ ଉପରେ ରହିଥିବା ପ୍ରତିବନ୍ଧକ ପରବର୍ତ୍ତନ କରାଯିବାର ଆଶା ରହିଛି। ଏହାସହିତ ପୂର୍ବରୁ ହ୍ରାସ ପାଇଥିବା ଗ୍ରାମୀଣ ରୋଜଗାର ୨୦୧୮ ମଧ୍ୟଭାରୁ ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି।



