www.samajalive.in
Saturday, December 6, 2025
26.1 C
Bhubaneswar

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ

ଗୃହର ସମସ୍ତ କକ୍ଷ ଗୁଡ଼ିକ ବାସ୍ତୁ ନିୟମ ଅନୁଯାୟୀ ହେବା ଆବଶ୍ୟକ। ଏତଦ ବ୍ୟତୀତ କକ୍ଷରେ କେଉଁ ସ୍ଥାନରେ କେଉଁ ବସ୍ତୁ ବାସ୍ତୁ ନିୟମ ଅନୁଯାୟୀ ରହିବ , ତାହା ଜାଣିବା ଆବଶ୍ୟକ। ଆମକୁ ଅଧିକାଂଶ ସମୟରେ ଶୟନ କକ୍ଷରେ ରହିବାକୁ ଆରମ ଲାଗିଥାଏ। ଏଠାରେ ଶୋଇବା, ଟିଭି ଦେଖିବାକୁ ଶାନ୍ତି ଅନୁଭବ ହୋଇଥାଏ। ବୈବାହିକ ଜୀବନର ସମସ୍ୟା ଦୂର , ହସଖୁସିର ବାତାବରଣ ପାଇଁ ଶୟନ କକ୍ଷରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ….
ଶୟନ କକ୍ଷରେ ପଲଙ୍କ ସମ୍ମୁଖରେ ଆଇନା ରଖନ୍ତୁ ନାହିଁ। ପଲଙ୍କ ସମ୍ମୁଖରେ ଆଇନା ରହିବା ଦ୍ୱାରା ଆପଣ ସର୍ବଦା ଚିନ୍ତାଗ୍ରସ୍ତ ରହିବେ।
ଶୟନ କକ୍ଷରେ ଝରକା ସମ୍ମୁଖରେ ଆଇନା ରହିବା ଦ୍ୱାରା, ଆଇନା ଉପରେ ରଶ୍ମି ପ୍ରତିଫଳିତ ହୋଇ ଆପଣଙ୍କ ଉପରେ ପଡ଼ିଥାଏ। ଏହା ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ।
ଶୟନ କକ୍ଷରେ ବସିବା ପାଇଁ ଟେବୁଲ ଓ ଚ୍ୟାୟାରର ଆକାର ଅର୍ଦ୍ଧଚନ୍ଦ୍ରାକାର , ବୃତ୍ତାକାର ହେବା ଉଚିତ ନୁହେଁ। ଏପରି ହେବା ଦ୍ୱାରା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହେ ନାହିଁ।
ଶୟନ କକ୍ଷରେ ଏପରି ସ୍ଥାନରେ ଲାଇନ ଲଗାନ୍ତୁ ଯେପରି, ଏହା ସିଧାସଳଖ ପଲଙ୍କ ଉପରେ ନପଡ଼ୁଥିବ। ପଲଙ୍କର ବାମ ପଟେ ପଡ଼ିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଶୟନ କକ୍ଷରେ ଝରକା ନିଶ୍ଚୟ ରଖନ୍ତୁ। କାରଣ କକ୍ଷରେ ପ୍ରତିଦିନ ସୂର୍ଯ୍ୟାଲୋକ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏପରି ହେବା ଦ୍ୱାରା ଶୟନ କକ୍ଷରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।
ଶୋଇବା ସମୟରେ ପାଦ କକ୍ଷର ଦରଜା ସମ୍ମୁଖକୁ କରନ୍ତୁ ନାହିଁ।
ଶୟନ କକ୍ଷରେ ଦରଜାର ଅତି ନିକଟରେ ପଲଙ୍କ ରଖନ୍ତୁ ନାହିଁ। ପଲଙ୍କ ଦରଜାର ନିକଟରେ ରହିବା ଦ୍ୱାରା ଦମ୍ପତ୍ତିଙ୍କ ମନରେ ଅଶାନ୍ତି ରହିଥାଏ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories