www.samajalive.in
Wednesday, December 10, 2025
14.1 C
Bhubaneswar

୨୪ଘଣ୍ଟାରେ ଜବାବ ଦିଅ: ସାଧ୍ୱୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ସାଧ୍ୱୀ ପ୍ରଜ୍ଞା ମୁମ୍ବାଇ ଆକ୍ରମଣରେ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ଅମୂଳକ ମନ୍ତବ୍ୟ ନେଇ ବାଦବିବାଦ ଲାଗି ରହିଥିଲା। ବିଜେପି ମଧ୍ୟ ସାଧ୍ୱୀଙ୍କ ମନ୍ତବ୍ୟ ଠାରୁ ନିଜକୁ ଦୁରେଇ ରଖିଥିଲା ଏବଂ କହିଥିଲା ଯେ ଏହା ସାଧ୍ୱୀଙ୍କ ବ୍ୟକ୍ତିଗତ ମତ, ଏଥିରେ ଦଳର କିଛି କରିବାର ନାହିଁ।

ସାଧ୍ୱୀ କରକରେଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ, ସେ ଦେଇଥିବା ଅଭିଶାପ ଯୋଗୁ ୨୬/୧୧ ମୁମ୍ବାଇ ଆକ୍ରମଣରେ କରକରେଙ୍କ ମୃତ୍ୟୁ ହୋଇଥିଲା। ବିଜେପି କହିଥିଲା, ବର୍ଷ ବର୍ଷ ଧରି ତାଙ୍କ ଉପରେ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁ ସେ ଏଭଳି ମତ ଦେଇଥାଇ ପାରନ୍ତି। ପରେ ସାଧ୍ୱୀ ପ୍ରଜ୍ଞା ନିଜ ବୟାନ ଫେରେଇ ନେଇ ଥିଲେ ଓ କ୍ଷମା ମାଗିଥିଲେ ମଧ୍ୟ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories