www.samajalive.in
Monday, December 8, 2025
13.1 C
Bhubaneswar

ଭୋଜନ ପରେ ସ୍ନାନ କଲେ ସୃଷ୍ଟି ହୁଏ ଏହି ସ୍ୱାସ୍ଥ୍ୟ ଜନିତ ସମସ୍ୟା

ହିନ୍ଦୁ ଧର୍ମରେ କୁହାଯାଇଛି, ସ୍ନାନ କରିବା ପରେ ଭୋଜନ କରିବା ଉଚିତ। ଭୋଜନ ଆମ ଶରୀରର ମୌଳିକ ଆବଶ୍ୟକତା ଅଟେ। ଭୋଜନ ଦ୍ୱାରା ଆମ ଶରୀରକୁ ଶକ୍ତି, କାର୍ଯ୍ୟ କରିବାକୁ ଆଗ୍ରହ, ସ୍ୱାସ୍ଥ୍ୟ ଉପଯୋଗୀ ପୋଷକ ତତ୍ତ୍ୱ ଯୋଗାଏ। ଯାହା ଦ୍ୱାରା ଆମେ ଆମ ଦୈନନ୍ଦିନ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁ।
ଆୟୁର୍ବେଦ ଅନୁଯାୟୀ ସ୍ନାନ କରିବା ଦ୍ୱାରା ଆମ ଶରୀରରୁ ଝାଳ ଆକାରରେ ନିର୍ଗତ ହୋଇଯାଇଥିବା ପାଣି, ଗାଧୋଇବା ଦ୍ୱାରା ସେହି ପାଣି ଆବଶ୍ୟକ ପରିମାଣରେ ଶରୀର ଭିତରକୁ ପ୍ରବେଶ କରିଥାଏ।
ଯାହା ଦ୍ୱାରା ଶରୀର ଶୀତଳ ହୋଇ ଫୂର୍ତ୍ତି ଅନୁଭୂତ ହୋଇଥାଏ। ଭୋକ ମଧ୍ୟ ସଠିକ ପରିମାଣରେ ହୋଇଥାଏ। ସେହି ସମୟରେ ଆମେ ଯେଉଁ ଖାଦ୍ୟ ଖାଉ ତାହା ସଠିକ ଭାବେ ହଜମ ହୋଇଥାଏ। ପେଟ ଜନିତ ବହୁ ସମସ୍ୟା ଗ୍ୟାସଟିକ, ଏସଡ଼ିଟି, ବଦହଜମି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଶାସ୍ତ୍ର ଅନୁଯାୟୀ ସ୍ନାନ ବିନା ଭୋଜନ କରିବା ଉଚିତ ନୁହେଁ। ସ୍ନାନ କରିବା ପରେ ପବିତ୍ର ହୋଇ ଭୋଜନ କରିବା ଉଚିତ। ବିନା ସ୍ନାନରେ ଭୋଜନ କରିବା ପଶୁଙ୍କ ସହ ସମାନ ବୋଲି କୁହାଯାଏ।
ଏହାସହ ସ୍ନାନ ନକରି ଭୋଜନ କଲେ ଦେବାଦେବୀ କ୍ରୋଧ କରିଥାଆନ୍ତି ବୋଲି ମାନ୍ୟତା ରହିଛି। କ୍ରୋଧ କରିବା କାରଣରୁ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଏ।
ଏହସହ ଅନ୍ନଙ୍କୁ ମା’ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ବିନା ସ୍ନାନରେ ଭୋଜନ କଲେ ମା’ଲକ୍ଷ୍ମୀଙ୍କ ଅବମାନନା ହେବା ସହ ମା’ଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇନଥାଏ।
ତେଣୁ ସର୍ବଦା ସ୍ନାନ କରି ଭୋଜନ କରିବା ଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ରହିଥାଏ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories