ଲଖନଉ : ଉତ୍ତରପ୍ରଦେଶର ଲଖନଉ ଓ ସୀତାପୁର ସମେତ ଅନେକ ଜିଲାରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ୧୬ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଲଖନଉ ରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବରେ ୮୨ କିମି ଗଭୀର ବୋଲି ଜଣାପଡିଛି।
ମାତ୍ର ଏଥିରେ ଏଯାଏଁ କୌଣସି ଧନଜୀବନହାନୀ ହୋଇନାହିଁ ବୋଲି ସୂଚନା ମିଳିଛି। ବିଳମ୍ବିତ ରାତିରେ ଝଟକା ଅନୁଭବ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ଭାଙ୍ଗିବା ସହ ଘରୁ ବାହାରକୁ ପଳାଇ ଆସିଥିଲେ। ସେହିପରି ଜନ୍ମାଷ୍ଟମୀ ଥିବାରୁ ମନ୍ଦିର ଆଖପାଖରୁ ମଧ୍ୟ ଲୋକେ ବାହାରକୁ ପଳାଇ ଆସିଥିଲେ। ଝଟକା ଅଧିକ ଥିବାରୁ ଅନେକ ସମୟ ପର୍ଯ୍ୟନ୍ତ ଲୋକଙ୍କ ଆସବାବ ପତ୍ର ଏଣେ ତେଣେ ହୋଇଥିଲା।
ସେହିପରି ସୀତାପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରାତି ପ୍ରାୟ ୧ଟା ୧୬ରେ ହଠାତ୍ ଜୋରରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଲୋକଙ୍କ କହିବାନୁଯାୟୀ, ଝଟକା ଖୁବ ଜୋରରେ ଥିବାରୁ ଘରର ଜିନିଷପତ୍ର ଏଣେତେଣେ ହେବାକୁ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ଆସିବା ଅନେକ ସମୟ ଯାଏଁ ଅନିଦ୍ରା ରହିଥିଲେ।
ଏହାପୂର୍ବରୁ ଶୁକ୍ରବାର ଉତ୍ତରାଖଣ୍ଡର ପିଥୋରଗଡ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି। ସେହିପରି ଏନସିଏସ କହିବାନୁଯାୟୀ, ଜମ୍ମୁ-କାଶ୍ମୀରର ହେନଲେ ଗାଁର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୧ ରେକର୍ଡ କରାଯାଇଛି।
ଲଖନଉ ସମେତ ଅନେକ ଅଞ୍ଚଳରେ ଭୂକମ୍ପ ଝଟକା
Popular Categories



