ଗୁଆହାଟି : ଅରୁଣାଞ୍ଚଳପ୍ରଦେଶରେ ମଙ୍ଗଳବାର ଭୂକମ୍ପର ଝଟକା ଅନୁଭବ ହୋଇଛି। ଭୋର ୪ଟା ୩୦ରେ ଉତ୍ତର-ଉତ୍ତର ପଶ୍ଚିମ ଅଞ୍ଚଳରେ ବାସରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି। ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ନେଇ ଅଧିକାରୀଙ୍କ ପକ୍ଷରୁ ତଥ୍ୟକୁ ଅପେକ୍ଷା କରାଯାଇଛି।
ଏହାପୂର୍ବରୁ ପୂର୍ବୋତ୍ତର ଭାରତରେ ରବିବାର ଓ ସୋମବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଓ ୩.୮ ରେକର୍ଡ କରାଯାଇଥିଲା। ଏଥିରେ କୌଣସି ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନଥିଲା।
ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପ ଝଟକା
Popular Categories



