www.samajalive.in
Thursday, December 11, 2025
18.1 C
Bhubaneswar

୩ଦିନିଆ ଚୀନ ଗସ୍ତ,ବେଜିଂରେ ପହଞ୍ଚିଲେ ବିଦେଶ ମନ୍ତ୍ରୀ ଏସ୍‍. ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଡ଼. ଏସ୍‍. ଜୟଶଙ୍କର ରବିବାରଠାରୁ ତିନିଦିନିଆ ଚୀନ୍‍ ଗସ୍ତରେ ଯାଇ ବେଜିଂରେ ପହଞ୍ଚିଛନ୍ତି । ଏହି ଗସ୍ତକାଳରେ ସେ ତାଙ୍କର ଚୀନ୍‍ ପ୍ରତିପକ୍ଷ ୱାଙ୍ଗ୍‍ ୱାଇଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ଚୀନ୍‍ ସହ ସବୁ ଦ୍ୱିପାକ୍ଷିକ ବିଷୟ, ଆଞ୍ଚଳିକ ତଥା ଆନ୍ତର୍ଜାତିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସାଂସ୍କୃତିକ ଏବଂ ଜନ ସଂପର୍କ କାର୍ଯ୍ୟକ୍ରମ ନେଇ ଯେଉଁ ଉଚ୍ଚସ୍ତରୀୟ ଭାରତ-ଚୀନ ଗୋଷ୍ଠୀ ଗଠନ କରାଯାଇଛି, ତାହାର ଦ୍ୱିତୀୟ ବୈଠକରେ ମଧ୍ୟ ଡକ୍ଟର ଜୟଶଙ୍କର ସହ-ଅଧ୍ୟକ୍ଷତା କରିବେ।

ଚଳିତ ବର୍ଷ ଶେଷ ଭାଗରେ ଚୀନ ରାଷ୍ଟ୍ରପତି  ସି. ଜିନପିଙ୍ଗଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ ଆଲୋଚନା କାର୍ଯ୍ୟକ୍ରମକୁ ସେ ଚୁଡାନ୍ତ ରୂପଦେବା ନେଇ ଆଲୋଚନା କରିବେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories