www.samajalive.in
Sunday, December 14, 2025
26.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଆମ ସହ ସମ୍ପର୍କ କାଟିଛି ଦୂତୀ ; ଦୂତୀଙ୍କ ମା’

ଭୁବନେଶ୍ୱର .-  ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ନିଜର ଜୀବନସାଥୀ ସମ୍ପର୍କରେ ମୁହଁ ଖୋଲିଛନ୍ତି। ତାଙ୍କର ଜଣେ ଝିଅଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରହିଥିବା ସେ ସ୍ୱୀକାର କରିଛନ୍ତି। ଜାତୀୟ ସ୍ତରର ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଏହା କହିଛନ୍ତି। ଜଣେ ଭାରତୀୟ ସ୍ପୋର୍ଟ୍ସ ପର୍ସନାଲିଟି ଭାବେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କରିବାରେ ଦୂତୀ ହେଉଛନ୍ତି ପ୍ରଥମ ମହିଳା। ତେବେ ସେ ତାଙ୍କ ସାଥୀଙ୍କ ନାମ ଗୋପନ ରଖିଛନ୍ତି। ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।

ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ଦୂତୀ ବର୍ତ୍ତମାନ କଠିନ ଅଭ୍ୟାସ କରୁଛନ୍ତି। ଦୂତୀ କହିଛନ୍ତି, ମୁଁ ମୋ ଜୀବନରେ ଜଣଙ୍କୁ ଭଲ ପାଇଛି, ଯିଏ ମୋ ଜୀବନସାଥୀ। କିଏ କାହା ସହିତ ଜୀବନ ବିତାଇବ ସେ ନେଇ ନିଷ୍ପତ୍ତି ନେବାର ସ୍ବାଧୀନତା ସମସ୍ତଙ୍କର ରହିଛି ବୋଲି ମୁଁ ବିଶ୍ଵାସ କରେ। ଯେଉଁମାନେ ସମଲିଙ୍ଗୀ ସମ୍ପର୍କରେ ରହିବାକୁ ଚାହାଁନ୍ତି ସେମାନଙ୍କୁ ମୁ ସବୁବେଳେ ସର୍ମଥନ କରିଛି। ଏହା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ। ବର୍ତ୍ତମାନ ମୁଁ ବିଶ୍ଵ ଚାମ୍ପୟନଶିପ୍‌ ଏବଂ ଟୋକିଓ ଅଲିମ୍ପିକ୍ସ ଉପରେ ଫୋକସ୍‌ କରୁଛି। ଭବିଷ୍ୟତରେ ମୁଁ ସେହି ଝିଅ ସହିତ ଏକାଠି ରହିବାକୁ ଚାହୁଁଛି ବୋଲି ଦୂତୀ କହିଛନ୍ତି।

- Advertisement -

ସୁପ୍ରିମକୋର୍ଟ ଗତବର୍ଷ ଏକ ଐତିହାସିକ ରାୟ ଦେଇ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୭୭କୁ ଦୋଷମୁକ୍ତ କରିବା ପରେ ଦ୍ୱିତୀ ତାଙ୍କର ସମଲିଙ୍ଗୀ ସମ୍ପର୍କ ଏବଂ ଏଲବିଜିଟ ସମୁଦାୟଙ୍କ ଅଧିକାର ପାଇଁ ଲଢ଼ିବାକୁ ସାହସ ଜୁଟାଇଛି ବୋଲି ସେ କହିଛନ୍ତି। ଭଲ ପାଇବା ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିଛି। ଭଲ ପାଇବାଠାରୁ ବଡ଼ ଭାବନା ଆଉ କିଛି ନାହିଁ ଏବଂ ଏହାକୁ ବାରଣ କରାଯିବା ଉଚିତ ନୁହେଁ। ସୁପ୍ରିମକୋର୍ଟ ଏହି ପୁରୁଣା ଆଇନକୁ ହଟାଇ ଦେଇଛନ୍ତି। ମୁଁ କାହା ସହିତ ଜୀବନ ବିତାଇବି ତାହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ଅନ୍ୟମାନେ ସମ୍ମାନ ଦେବା ଉଚିତ ବୋଲି ଦୂତୀ କହିଛନ୍ତି।

ମାତ୍ର ଦୂତୀଙ୍କର ଏହି ନିଷ୍ପତିକୁ ତାଙ୍କ ପରିବାର ଲୋକ ଗ୍ରହଣ କରି ନାହାନ୍ତି । ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରିବାରୁ ଦୂତୀପରିବାର ଲୋକଙ୍କ ଠାରୁ ସମ୍ପର୍କ ଛିନ୍ନ କରିଛି ବୋଲି ତାଙ୍କ ମା’ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ପ୍ରାୟ ଏକ ମାସ ଧରି ଦୂତୀ ପରିବାର ଲୋକଙ୍କ ସହ କଥାବର୍ତ୍ତା ବନ୍ଦ କରି ଦେଇଛନ୍ତି । ତାଙ୍କ ମା’ ବାରମ୍ବର ଫୋନ କରିବାରୁ ‘ତୁ କିଏ ? ତୋତେ ମୁଁ ଜାଣିନାହିଁ ।  ‘ତୁ ଭିକାରୀ, ମୋତେ କାହିଁକି ଫୋନ କରୁଛୁ ? ତମକୁ ଯଦି ମୁଁ ଭିକାରୀ ନ କରିଛି ତେବେ ମୋ ନାଁ ଦ୍ବିତୀ ନୁହେଁ’ ବୋଲି ଦୂତୀ କହିଥିଲେ ବୋଲି ତାଙ୍କ ମା’ କୋହଭରା କଣ୍ଠରେ ଗଣମାଧ୍ୟମରେ କହିଛନ୍ତି ।

କିନ୍ତୁ ଏହି ପ୍ରସଙ୍ଗରେ ଦୂତୀଙ୍କ ପ୍ରତି ଷଡଯନ୍ତ୍ର କରାଯାଉଥିବା ତାଙ୍କର ଭଉଣୀ ପ୍ରତିକ୍ରିୟା ଦେଇ କହିଛନ୍ତି । ତାଙ୍କ ଟଙ୍କା ପ୍ରତି ଆଖି ରଖି ଏପରି କରାଯାଉଥିବା ଦୂତୀ ଚାନ୍ଦଙ୍କ ଭଉଣୀ ଅଭିଯୋଗ କରିଛନ୍ତି  । ଏନେଇ ସେ ଦୂତୀଙ୍କ ସୁରକ୍ଷା ଦାବୀ କରିଛନ୍ତି ।

 

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories