www.samajalive.in
Thursday, December 11, 2025
13.1 C
Bhubaneswar

ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ତହସିଲଦାର ଓ ବିଡିଓଙ୍କ ନିକଟରେ ଫେରାଦ ହେଲେ ଡୁମେରମୁଣ୍ଡା ଗ୍ରାମବାସୀ

କଲମପୁର :  କଲମପୁର ବ୍ଲକ ଅଧିନସ୍ଥ ଡୁମେରମୁଣ୍ଡା ଗ୍ରାମକୁ ବଡକୁଟୃ ସହ ସଂଯୋଗ ପାଇଁ ଏକ ଗ୍ରାମ୍ୟ ରାସ୍ତା ରହିଛି । ଏହି ରାସ୍ତା ଦେଇ ଡୁମେରମୁଣ୍ଡା ଗ୍ରାମର ଶତାଧିକ ଚାଷୀ ସେମାନଙ୍କ ଚାଷ ଜମିକୁ ଯତାୟତ କରି ଚାଷ କରି ଆସୁଛନ୍ତି । ଯାହା ଗ୍ରାମ ରାଜସ୍ୱ ନକସାରେ ମଧ୍ୟ ରାସ୍ତା ଥିବା ଚିହ୍ନଟ କରାଯାଇଛି । କିନ୍ତୁ ପରିତାପର ବିଷୟ ଏହି ରାସ୍ତା ନିର୍ମାଣରେ ଗ୍ରାମର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ପ୍ରତିବନ୍ଧକ ସାଜିଛନ୍ତି । ପ୍ଲଟ ନଂ ୧୮୨ ଓ ୧୮୩ ରାସ୍ତା ଥିବା ଚିହ୍ନଟ ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ମାନେ ରାସ୍ତା ନିର୍ମାଣ କରାଇ ଦେଉନାହାଁନ୍ତି । ତେଣୁ ପ୍ରଶାସନ ତରଫରୁ ଉକ୍ତ ରାସ୍ତାକୁ ଚିହ୍ନଟ କାରାଇବା ସହ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବା ପାଇଁ ସରପଂଚ ଦୁହିତା ମାଝୀ, ଭଦ୍ରାଂଚଳ ମାଝୀ, ନିମାଇଁ ନାଏକ, ଦେବେନ୍ଦ୍ର ନାଏକ, ସଦା ମାଝୀ, ପିତାମ୍ବର ନାଗ, ପୁସ୍ତମ ମାଝୀ, ଅଜୟଦେବ ସାହୁ, ନରସିଂ ମାଝୀ, ଭୁବନେଶ୍ୱର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ତହସିଲଦାର କରିଶ୍ମା ବେଶ୍ରାଙ୍କୁ ସାକ୍ଷାତ କରି ରାସ୍ତା ଚିହ୍ନଟ କରାଇବା ପାଇଁ ଅନୁରୋଧ କରିଥିଲେ । ଏହାସହ ବିଡିଓଙ୍କୁ ସାକ୍ଷାତ ପାଇଁ ଯାଇଥିଲେ ମଧ୍ୟ ବିଡିଓ ଅନୁପସ୍ଥିତ ଥିବା ଯୋଗୁଁ ବିଭାଗୀୟ ଅଧିକାରୀ ଧବଳେଶ୍ୱର ବେହେରାଙ୍କୁ ଗ୍ରାମବାସୀ ସାକ୍ଷାତ କରି ଏକ ଦାବୀ ପତ୍ର ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories