www.samajalive.in
Friday, December 12, 2025
27.1 C
Bhubaneswar

ରେଲୱେ ଟ୍ରାକରୁ ମିଳିଲା ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପ୍ରଫେସରଙ୍କ ମୃତଦେହ, ଘରୁ ମା’ଙ୍କ ଝୁଲନ୍ତା ମରଶରୀର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସର ତଥା ସେଣ୍ଟ ଷ୍ଟିଫେନ୍ସ କଲେଜର ଅତିଥି ଅଧ୍ୟାପକଙ୍କ ମୃତଦେହ ପୁଲିସ ରେଲୱେ ଟ୍ରାକରୁ ଉଦ୍ଧାର କରିଛି। ସେପଟେ ଘରୁ ପ୍ରଫେସରଙ୍କ ମା’ଙ୍କ ଝୁଲନ୍ତା ମରଶରୀରକୁ ପୁଲିସ ଜବତ କରିଛି। ଗୋଟିଏ ଦିନରେ ମା’ ଓ ପୁଅଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ପ୍ରଫେସର ଜଣକ ଆଲେନ ଷ୍ଟାନ୍‌ଲି ବୋଲି ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ମା’ଙ୍କ ସହିତ ଉତ୍ତର ଦିଲ୍ଲୀର ପିତମପୁରା ଅଞ୍ଚଳରେ ଥିବା ଆଶିୟାନା ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କର ନିଜର ଘର କେରଳର କୋଟ୍ଟୟାମ ଜିଲା ଅନ୍ତର୍ଗତ ପାମ୍ପାଡି ସହରରେ। ଶନିବାର ସକାଳେ ସରାଇ ରୋହିଲ୍ଲା ରେଳ ଷ୍ଟେଶନର ଟ୍ରାକ୍‌ ଉପରେ ତାଙ୍କ ମୃତଦେହ ପଡ଼ିଥିଲା। ପିସିଆରକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଡ୍ରାଇଭିଂ ଲାଇସେନ୍ସରୁ ତାଙ୍କ ପରିଚୟ ଜଣାପଡ଼ିଥିଲା ବୋଲି ଏସପି ବିକ୍ରମ ସିଂହ କହିଛନ୍ତି। ମୃତଦେହ ଉପରେ ଟ୍ରେନ ଚଢ଼ିଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରେ ସେ ଅତିଥି ଅଧ୍ୟାପକ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଉଭୟଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଳେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି। ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଷ୍ଟାନଲିଙ୍କ ବୟସ ୨୫ରୁ ୨୬ ବର୍ଷ ମଧ୍ୟରେ ହେବ। ସେ ଦିଲ୍ଲୀ ଆଇଆଇଟିରେ ପିଏଚଡି ମଧ୍ୟ କରୁଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories