www.samajalive.in
Saturday, December 6, 2025
26.1 C
Bhubaneswar

୪ ରାଜ୍ୟରେ ଦୁଇ ଦିନିଆ କରୋନା ଟୀକାକରଣର ଅଭ୍ୟାସ

ନୂଆଦିଲ୍ଲୀ :   ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ଆଜିଠାରୁ କରୋନା ଭୂତାଣୁ ଟୀକାକରଣର ଅଭ୍ୟାସ ଆରମ୍ଭ  କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ଟୀକାକରଣ ଅଭିଯାନର ପରିଚାଳନାକାରୀମାନଙ୍କୁ ଆବଶ୍ୟକୀୟ ଅନୁଭୂତି ହାସଲ ହୋଇପାରିବ।
ଏହି ଅଭ୍ୟାସ ବେଳେ ଆଗକୁ ହେବାକୁ ଥିବା ଟୀକାକରଣ ସମୟରେ ବିଭିନ୍ନ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବ।
ବିଶେଷ ଭାବରେ କରୋନା ଟିକାକରଣ କ୍ଷେତ୍ରରେ ପ୍ରତ୍ୟେକଟି ସ୍ତରରେ ସୁନିୟୋଜିତ ଢଙ୍ଗରେ ଟିକା ପ୍ରକ୍ରିୟାକରଣ କୋ-ୱିନ୍‍ ପ୍ଲାଟଫର୍ମରେ ସୂଚନା ପରିଚାଳନା, ଟିକାକରଣର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories