www.samajalive.in
Sunday, December 7, 2025
14.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ କ୍ୟାବିନେଟ୍ ଘୋଷଣା ପରେ ଷଠିଘରେ ଦୀପଦାନ କଲେ ସତ୍ୟବାଦୀ ବିଧାୟକ

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଓଡିଶାର ସବୁ ବରପୁତ୍ରମାନଙ୍କ ଜନ୍ମପୀଠ ଗୁଡିକର ବିକାଶ କରାଯିବ ବୋଲି କ୍ୟାବିନେଟରେ ସୋମବାର ପ୍ରସ୍ଥାବ ଗୃହୀତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ରାଜ୍ୟର ସବୁ ବରପୁତ୍ରମାନଙ୍କ ଜନ୍ମପୀଠ ଗୁଡିକୁ ଆଦର୍ଶଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି କ୍ୟାବିନେଟ ବୈଠକରେ ଏହି ଘୋଷଣା ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଶତାଧିକ ପୁରୁଷ ମହିଳା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୀପଦାନ କରିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଧୃବଚରଣ ଦାଶ ବିଜେଡି ଜିଲା ସମ୍ପାଦକ ଦେବାଶିଷ ରାୟ ଆତ୍ମା ସଭାପତି ରାମଚନ୍ଦ୍ର ମହାନ୍ତି ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସମିତି ସଭ୍ୟ ପ୍ରମୋଦ ମହାପାତ୍ର ସରପଞ୍ଚ ରଶ୍ମିତା ପ୍ରଧାନ ତ୍ରିନାଥ ମହାପାତ୍ର ବ୍ଲକ ସମାଜସେବୀ ସୁରେଶ କୁମାର ସାହୁ ବିଧାୟକଙ୍କ ପ୍ରତିନିଧି ସୋନି ପଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ ପ୍ରଦୀପ କୁମାର ସାହୁ ପ୍ରମୁଖ ଦୀପଦାନ କରିଥିଲେ ।

- Advertisement -

ସୂଚନାଯୋଗ୍ୟ ତିନିମାସ ତଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଏଗାର କୋଟି ପଚାଶ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories