www.samajalive.in
Saturday, December 6, 2025
23.1 C
Bhubaneswar

ବାଡ଼ ଯଦି ଫସଲ ଖାଏ…..

ରେଙ୍ଗାଲି: ମଦ ପିଇ ଗାଡି ଚାଳନା କଲେ ପୁଲିସ ଜୋରିମାନା ଆଦାୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଯଦି ଜଣେ ପୁଲିସ କର୍ମଚାରୀ ପ୍ରଚୁର ମଦ୍ୟପାନ କରି ରାଜରାସ୍ତା ତଥା ବସଷ୍ଟାଣ୍ଡରେ ଅଚେତ୍ ହୋଇ ପଡି ରହେ ତାହେଲେ ପୁଲିସ କର୍ମଚାରୀଙ୍କଠାରୁ ଲୋକେ କଣ ଆଶା କରିବେ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର କତରବଗା ଥାନା ଅନ୍ତର୍ଗତ ଲଇଡା ଫାଣ୍ଡିରେ ଅବସ୍ଥାପିତ ଜନୈକ କନେଷ୍ଟବଳ ପ୍ରଚୁର ମଦ ପିଇ ଲଇଡା ବସଷ୍ଟାଣ୍ଡ ପାଖ ଏକ ହୋଟେଲ ପାର୍ଶ୍ବରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ଲୋକେ ମଦୁଆ କନେଷ୍ଟବଳର ଏଭଳି ଅବସ୍ଥାକୁ ନେଇ ଚର୍ଚ୍ଚା କରୁଛନ୍ତି। ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିୟୋଜିତ ପୁଲିସ କର୍ମଚାରୀ ଏଭଲି ମଦ ପିଇ ସର୍ବସାଧାରଣ ଯାତାୟାତ ସ୍ଥାନ ବସଷ୍ଟାଣ୍ଡ ଅଞ୍ଚଳରେ ଏଭଲି ମଦ ପିଇ ନିଜେ ଅସୁରକ୍ଷିତ ଅବସ୍ଥାରେ କାଣ୍ଡଜ୍ଞାନ ଶୂନ୍ୟ ହୋଇ ଅଚେତ୍ ଅବସ୍ଥାରେ ପଡି ରହେ ସାଧାରଣ ଲୋକଙ୍କୁ ସେ କିପରି ସୁରକ୍ଷା ପ୍ରଦାନ କରିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି କନେଷ୍ଟବଳ ଜଣକ ପ୍ରାୟ ନିୟମିତ ଭାବରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ରହି ବିଭିନ୍ନ ସ୍ଥାନରେ ପଡି ରହୁଥିବା ଦେଖିବାକୁ ମିଳୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories