www.samajalive.in
Monday, December 8, 2025
13.1 C
Bhubaneswar

ଖରାଦିନରେ ପ୍ରସ୍ତୁତ କରନ୍ତୁ ଏହି ପାନୀୟ, ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ

ଖରାଦିନରେ କେବଳ ଥଣ୍ଡା ଜାତୀୟ ପାନୀୟ ପିଇଲେ ଖୁବ ଶାନ୍ତି ଅନୁଭୂତ ହୋଇଥାଏ। ମାତ୍ର ଘରୋଇ ଉପାୟରେ ଏକ ଏପରି ସ୍ୱାଦିଷ୍ଟ ଥଣ୍ଡା ପାନୀୟ ରହିଛି, ଯାହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଆପଣ ଘରକୁ ଆସୁଥିବା ବନ୍ଧୁବାନ୍ଧବଙ୍କୁ ମଧ୍ୟ ଏହି ପାନୀୟ ପ୍ରସ୍ତୁତ କରି ଦେଇପାରିବେ। ଘରୋଇ ଉପାୟରେ ପ୍ରସ୍ତୁତ ଏହି ପାନୀୟ ପିଇବା ଦ୍ୱାରା ପେଟକୁ ଥଣ୍ଡା ରଖିବା ସହ ହାଲିଆ ମଧ୍ୟ ଅନୁଭୂତ ହୋଇନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ଏହି ପାନୀୟକୁ କିଭଳି ପ୍ରସ୍ତୁତ କରିବେ….
ମସଲା କୋଲ୍ଡ ଡ଼୍ରିଙ୍କସ୍‍
ଆବଶ୍ୟକ ସାମଗ୍ରୀ
କୋକ୍‍ – ୨ ଗ୍ଲାସ
ଚାହାପତି – ୧ ଚାମଚ
ଚାର୍ଟ ମସଲା – ୧ ଚାମଚ
ପୁଦିନା ପତ୍ର – ୧କପ
ଲେମ୍ବୁ ଖଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ବରଫ ଖଣ୍ଡ – ଆବଶ୍ୟକ ପରିମାଣରେ
କଳା ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୁଦିନାପତ୍ରକୁ ଅଳ୍ପ ପେଷି ଦିଅନ୍ତୁ। ଏହାପରେ ଗ୍ୟାସ ଲଗାଇ ୨ ଗ୍ଲାସ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଗ୍ୟାସ ବନ୍ଦ କରି ଏଥିରେ ଚାହାପତି ପକାନ୍ତୁ। ଏହାକୁ ୧୫ ମିନିଟ ରଖିବା ପରେ ଏକ ପାତ୍ରକୁ ଛାଣି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ, ଚାର୍ଟ ମସଲା, ଜିରା ଗୁଣ୍ଡ, ଅଳ୍ପ ପୁଦିନା ପତ୍ର, ବରଫ ଖଣ୍ଡ, କଳା ଲୁଣ ପକାଇ ଏହାକୁ ପେଷି ଦିଅନ୍ତୁ। ଏବେ ଏକ କାଚ ଗ୍ଲାସକୁ କାଢନ୍ତୁ। ଏଥିରେ ଅଳ୍ପ କୋକ୍‍ , ପୁଦିନା ପତ୍ର , ବରଫ ଖଣ୍ଡ ପକାଇ ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories