www.samajalive.in
Monday, December 15, 2025
26.1 C
Bhubaneswar

ସାରା ଦେଶର ପୁଲିସ ପିନ୍ଧିବେ ସମାନ ପୋଷାକ

ଭୁବନେଶ୍ୱର: ସାରା ଦେଶରେ ଏଣିକି ପୁଲିସ କର୍ମଚାରୀଙ୍କର ରହିବ ଗୋଟିଏ ପ୍ରକାର ପୋଷାକ। ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରଙ୍ଗର ପୁଲିସ ପୋଷାକ ରହିବ ନାହିଁ। ସବୁ ରାଜ୍ୟର ପୁଲିସ ଗୋଟିଏ ପ୍ରକାରର ପୋଷାକ ପିନ୍ଧିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏ ନେଇ ମତାମତ ଆହ୍ବାନ କରାଯାଇଛି। ନଭେମ୍ବର ୪ ସୁଦ୍ଧା ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁଲିସ ପୋଷାକ ଏବଂ ଭତ୍ତା ସମ୍ପର୍କରେ ସୂଚନା ପ୍ରଦାନ ଲାଗି କୁହାଯାଇଛି। କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ ପକ୍ଷରୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ତଥ୍ୟ ପ୍ରଦାନ ପାଇଁ ନି‌ର୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, କନ‌େ‌ଷ୍ଟବଳ ପାହ୍ୟାରୁ ଆରମ୍ଭ କରି ଡିଏସ୍‌ପି ପାହ୍ୟା ଅଧିକାରୀଙ୍କ ପୋଷାକ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ହେବ। ସେମାନେ କେଉଁ ରଙ୍ଗ, ପ୍ରକାରର ପୁଲିସ ପୋଷାକ ପିନ୍ଧୁଛନ୍ତି, ସେଥିପାଇଁ କେତେ ଭତ୍ତା ପ୍ରଦାନ କରାଯାଉଛି, ସେ ସବୁର ବିବରଣୀ ପ୍ରଦାନ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦେଶ ଦେଇଛି। ସାରା ଦେଶରେ ସମାନ ପ୍ରକାରର ପୁଲିସ ପୋଷାକ ପ୍ରଚଳନ ପାଇଁ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ନୂଆ ପୁଲିସ ପୋଷାକର ରଙ୍ଗ, ଡିଜାଇନ, ମୂଲ୍ୟ ଆଦିକୁ ବିଚାର କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପୁଲିସ ପୋଷାକ ପରିବର୍ତ୍ତନ ହେଉଥିଲେ ସୁଦ୍ଧା ସେଥିରେ ପଦବୀ ଅନୁସାରେ ଲାଗୁଥିବା ଏମ୍ବଲେମ୍‌ରେ ପରିବର୍ତ୍ତନ ହେବ ନାହିଁ। ସେଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚିହ୍ନ ପୂର୍ବ ପରି ରହିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories