www.samajalive.in
Monday, December 15, 2025
26.1 C
Bhubaneswar

ଜାଣନ୍ତୁ କିଛି ସ୍ୱପ୍ନର ଭିନ୍ନ ସଙ୍କେତ ଓ ଅର୍ଥ

ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ମାତ୍ର କେତେକ ସମୟରେ ଆମେ ସ୍ୱପ୍ନ ଦେଖି ବ୍ୟସ୍ତ ହେବା ସହ ବିଭିନ୍ନ ଭାବନା ମନକୁ ଆସିଥାଏ। ଆପଣ ମଧ୍ୟ ବହୁବାର ଏପରି ସ୍ୱପ୍ନ ଦେଖୁଥିବେ। ମାତ୍ର ସମସ୍ତ ସ୍ୱପ୍ନର ଅର୍ଥ ଓ ଏହାର ସଙ୍କେତ ହୁଏତ ସଭିଏଁ ଜାଣିନଥିବେ। ମାନ୍ୟତା ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଓ ମହତ୍ତ୍ୱ ଥାଏ। ଜୀବନରେ ଆଗୁକୁ ଘଟିବାକୁ ଥିବା କେତେକ ଘଟଣାର ସଙ୍କେତ ସ୍ୱପ୍ନରୁ ମିଳିଥାଏ ବୋଲି କୁହାଯାଏ । ଜାଣନ୍ତୁ ….
ଯଦି ଆପଣ ସ୍ୱପ୍ନରେ ମନ୍ଦିର ଦେଖନ୍ତି ତେବେ ଏହା ଖୁବ ଶୁଭ ବୋଲି କୁହାଯାଏ। ଆପଣଙ୍କ ଆଗାମୀ ଭବିଷ୍ୟତ ସୁଖମୟ ହେବାର ଏହା ସଙ୍କେତ ଦିଏ।
ସ୍ୱପ୍ନରେ ମା’ଲକ୍ଷ୍ମୀ କିମ୍ବା ମା’ଭବାନୀଙ୍କର ଦର୍ଶନ କରନ୍ତି ତେବେ ଆପଣଙ୍କ ଉପରେ ଧନର ବର୍ଷା ହେବା ସହ ଜୀବନରେ ଥିବା ବାଧାବିଘ୍ନ ଦୂର ହେବାର ଏହା ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଯଦି ଆପଣ ପଦ୍ମ ଫୁଲ ଦେଖିବେ କିମ୍ବା କେହି ଆପଣଙ୍କୁ ପଦ୍ମ ଫୁଲ ଉପହାର ଦେଉଥିବ ତେବେ ଏହା ଆପଣ କରୁଥିବା କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାର ସଙ୍କେତ ଦେଇଥାଏ।
ଯଦି ଆପଣ ନିଜ ସ୍ୱପ୍ନରେ ଧଳା ପେଚା, ଧଳା ଅଶ୍ୱ ଦେଖନ୍ତି ତେବେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବାର ଏହା ଏକ ସଙ୍କେତ ବୋଲି କୁହାଯାଏ।
ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ନିଜେ ଘୋଡ଼ା ସବାରୀ , କିମ୍ବା ଘୋଡ଼ା ସବାରୀ ପ୍ରତିଯୋଗିତାରେ ଭାଗ ନେଉଥିବେ ତେବେ ଆପଣଙ୍କର ଅଟକି ରହିଥିବା ବକେୟା ଅର୍ଥ ନିଶ୍ଚୟ ଅଳ୍ପ ଦିନରେ ପ୍ରାପ୍ତି ହେବ ବୋଲି ଏହା ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଯଦି ଆପଣ ନୂତନ ଆଭୂଷଣ ଓ ପୋଷାକ ଧାରଣ କରୁଥିବେ କିମ୍ବା କିଣୁଥିବାର ଦେଖିବେ ତେବେ ଏହା ଧନ ପ୍ରାପ୍ତି ସହ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବା, ଆପଣ କଷ୍ଟ ଦୂର ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଶିଶୁ କନ୍ୟାକୁ ଦେଖିଲେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ ବୋଲି କୁହାଯାଏ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories