www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ, ଆପଣ ଦେଖୁଥିବା ସ୍ୱପ୍ନର ସଙ୍କେତ ବିଷୟରେ..

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ଅନେକ ସ୍ୱପ୍ନ ଦେଖିଥାନ୍ତି। ପ୍ରତ୍ୟେକ ସ୍ୱପ୍ନର କିଛି ଏକ ଅଲଗା ମହତ୍ତ୍ୱ ରହିଥାଏ। କିଛି ସ୍ୱପ୍ନ ଆମକୁ ଶୁଭ ଫଳର ସୂଚନା ତ କେତେବେଳେ କିଛି ଅଶୁଭ ହେବାର ସୂଚନା ଦେଇଥାଏ। ଜୀବନରେ କିଛି ଉନ୍ନତି ହେବାର ଥିଲେ ମଧ୍ୟ ତାହା ଆମେ ସ୍ୱପ୍ନ ମାଧ୍ୟମରେ ଜାଣିପାରୁ। କିନ୍ତୁ ବେଳେବେଳେ ଆମେ ସ୍ୱପ୍ନ ଦ୍ୱାରା ସଙ୍କେତ ପାଇଲା ପରେ ମଧ୍ୟ ତାହା ବୁଝିପାରି ନଥାଉ। ଆସନ୍ତୁ ଜାଣିବା ଏମିତି କିଛି ସ୍ୱପ୍ନ ଦେଖିବାର ଅର୍ଥ କଣ ହୋଇପାରେ।ଯଦି ସ୍ୱପ୍ନରେ ଧଳା ରଙ୍ଗର ଘୋଡା କିମ୍ବା ବଳଦ ବୁଲୁଥିବାର ଦେଖିବେ ତେବେ ତାହା ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବାର ସଙ୍କେତ ଦେଇଥାଏ।
ବେଳେବେଳେ ବ୍ୟକ୍ତି ନିଜ ଶତ୍ରୁଙ୍କ ଠାରୁ ଜିତିବାର ସ୍ୱପ୍ନରେ ଦେଖିଥାଏ, କିନ୍ତୁ ତାହା ଠିକ ରୂପେ କଣ ସଙ୍କେତ ଦେଇଥାଏ ତାହା ବୁଝି ପାରି ନଥାଉ। ଏପରି ସ୍ୱପ୍ନ ଦେଖିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ହେବାର ସଙ୍କେତ ଦେଇଥାଏ।ସ୍ୱପ୍ନରେ ଯଦି କୌଣସି ନଦୀରେ ଭଉଁରୀ ସୃଷ୍ଟି ହେବାର ଦେଖୁଛନ୍ତି, ତେବେ ବୁଝିଯାଆନ୍ତୁ ଯେ ଆପଣ ବହୁତ ଶୀଘ୍ର ବୈବାହିକ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ସ୍ୱପ୍ନରେ କୌଣସି ଶୁଭ ଚିହ୍ନ ଯେପରି ଓଁ, ସ୍ୱସ୍ତିକ ଚିହ୍ନ ଦେଖୁଛନ୍ତି ତେବେ ଆପଣ ନୂଆ ଜାଗା କିଣି ପାରନ୍ତି ବୋଲି ସଙ୍କେତ ଦେଇଥାଏ।ଯେଉଁ ବ୍ୟକ୍ତି ସ୍ୱପ୍ନରେ ଛୋଟ ଛୁଆଙ୍କୁ ଚକୋଲେଟ ଦେବାର ଦେଖନ୍ତି, ତେବେ ବୁଝନ୍ତୁ ଯେ ଏହା କୌଣସି ମହାନ୍‍ କାମ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସଙ୍କେତ ଦେଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories