www.samajalive.in
Friday, December 12, 2025
26.1 C
Bhubaneswar

ଡିଆରଡିଓ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା; ପୁରୀ ଫେଜ-୧ ସାଇଟ୍‌ ଚାମ୍ପିୟନ

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଏବଂ ଏମଏଡି ରାଡାର ୟୁନିଟ୍ ଭୁବନେଶ୍ବର ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ଭୁବନେଶ୍ଵର ଏୟାରପୋର୍ଟ ଖେଳପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଚିଫ ସିଷ୍ଟମ ଇଞିନିୟର ଶ୍ରୀଯୁକ୍ତ ନିଳାଦ୍ରୀ ରାୟ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ସୁବ୍ରତ ମହାପାତ୍ର, ସୁବାଶିଷ ମାରାଣ୍ଡି ଯୋଗଦେଇଥିଲେ। ଏହି ଅବସରରେ ଫେଜ -୧ ସାଇଟ, ପୁରୀ, ଫେଜ -୨ ସାଇଟ, କେନ୍ଦ୍ରାପଡ଼ା ଏବଂ ହେଡ କ୍ୱାର୍ଟର, ଭୁବନେଶ୍ବର ମଧ୍ୟରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଏଥିରେ ଫେଜ-୧ ସାଇଟ ପୁରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲ ମ୍ୟାଚରେ ଫେଜ ୧ ସାଇଟ ପୁରୀ ନିର୍ଦ୍ଧାରିତ ୧୦ ଓଭରରେ ୬୦ ରନ କରିଥିଲା। ୬୧ ରନ ର ବିଜୟ ଲକ୍ଷ ନେଇ ହେଡ କ୍ୱାର୍ଟର ଭୁବନେଶ୍ବର ସମସ୍ତ ଓଭର ଖେଳି ୯ ଉଇକେଟ ହରାଇ ମାତ୍ର ୪୨ ରନ କରିଥିଲା। ଆତ୍ରେ କୋଟକି ଓ ଅମିତ ମଣ୍ଡଳ ମ୍ୟାଚ ପରିଚାଳନା କରିଥିଲେ। କ୍ଷୀରୋଦ ମଲ୍ଲିକ, ନରେନ୍ଦ୍ର ମହାପାତ୍ର, ଶୁଭେନ୍ଦୁ ନାଥ କାନୁନଗୋ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories