ବେଗୁନିଆ : ବେଗୁନିଆ ବ୍ଲକ ବଡବେରେଣl ଗ୍ରାମ ତଥା ବୋଲଗଡ ବ୍ଲକ ଆରିକମା ସରକାରୀ ହୋମିଓପାଥିକ ଚିକିତ୍ସାଲୟର ଚିକିତ୍ସା ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାପାତ୍ର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପଦୋନ୍ନତି ପାଇ ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ମୁଖ୍ୟ ହୋମିଓପାଥି ଚିକିତ୍ସାଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି l ଏହାପୂର୍ବରୁ ଡାକ୍ତର ମହାପାତ୍ର ଓଡିଶାର ପଛୁଆ ଅଂଚଳଭାବେ ପରିଚିତ କେବିକେରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଫତେଗଡ ଓ ଆରିକମା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ l ସ୍ୱାସ୍ଥ୍ୟସେବା ବ୍ୟତୀତ ଡାକ୍ତର ମହାପାତ୍ରଙ୍କର ସାହିତ୍ୟ, ସଂସ୍କୃତି, ଇତିହାସ ଓ ଗବେଷଣା କ୍ଷେତ୍ରରେ ଗଭୀର ଅନୁପ୍ରବେଶ ରହିଛି l ତାଙ୍କର ଏହି ନୂତନ ନିଯୁକ୍ତିକୁ ଅଞ୍ଚଳର ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି l
ଡାକ୍ତର ଅମରେନ୍ଦ୍ର ମହାପାତ୍ର ହେଲେ ପୂର୍ବାଞ୍ଚଳ ହୋମିଓପାଥି ମୁଖ୍ୟ
Popular Categories



