www.samajalive.in
Thursday, December 11, 2025
18.1 C
Bhubaneswar

ହାଇଦ୍ରାବାଦ ବିସ୍ଫୋରଣ ମାମଲା; ୨ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୫ ଅଗଷ୍ଟ ୨୦୦୭ରେ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବୋମା ବିସ୍ଫୋରଣ ମାମଲାର ୧୧ ବର୍ଷ ପରେ ରାୟ ପ୍ରକାଶ ପାଇଛି। ମଙ୍ଗଳବାର ଏନଆଇଏର ସ୍ପେଶାଲ କୋର୍ଟ ଅନିକ ଶାଫିକ୍ ସୈୟଦ ଏବଂ ମୋହମ୍ମଦ ଆକବରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ଦୁଇଟି ବୋମା ବିସ୍ଫୋରଣ ଘଟଣାରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୮ ଜଣ ଗୁରତର ଭାବେ ଆହତ ହୋଇଥିଲେ । ପ୍ରଥମ ବିସ୍ଫୋରଣ ଗୋକୁଲ ଚାଟ ଠାରେ ହୋଇଥିଲା ଏବଂ ଦ୍ବିତୀୟ ବିସ୍ଫୋରଣ ଲୁମ୍ବିନୀ ପାର୍କ ନିକଟରେ ଘଟିଥିଲା । ଏହି ଘଟଣା ପରେ ପୁଲିସ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଜୀବନ୍ତ ଆଇଇଡି ଜବତ କରିଥିଲା । ତେଲେଙ୍ଗାନାର କାଉଣ୍ଟର ଇଣ୍ଟିଲିଜେନ୍ସ ଓ୍ଵିଙ୍ଗ( ସିଆଇ) ଏହି ଘଟଣାର ତଦନ୍ତ କରି ଇଣ୍ଡିଆନ ମୁଜାହିଦ୍ଦିନ ସହ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା । ଏଥିରେ ଅନ୍ୟ ଦୁଇ ମାଷ୍ଟର ମାଇଣ୍ଡ ଫେରାର ଥିଲେ । ଏନେଇ ପୁଲିସ ପକ୍ଷରୁ କୋର୍ଟରେ ଦାଖଲା କରାଯାଇ ଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ ସହିତ ଅନ୍ୟ ଧାରାରେ ମାମଲା ରୁଜୁ କରାଯାଇଥିଲା ।

- Advertisement -

ପ୍ରକାଶ ଥାଉ ଯେ, ବିସ୍ଫୋରଣ ଦିନ ଜଣେ ବ୍ୟକ୍ତି ବ୍ୟାଗରେ ଆଇଡି ଧରି ଲୁମ୍ବିନୀ ପାର୍କରେ ପହଞ୍ଚି ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟରେ ଏହି ବିସ୍ଫୋରଣ ହୋଇଥିଲା। ୨୦୦୯ରେ ଏହି ମାମଲାର ପ୍ରଥମ ଗିରଫଦାରୀ ହୋଇଥିଲା ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories