www.samajalive.in
Saturday, December 6, 2025
19.1 C
Bhubaneswar

ହରଭଙ୍ଗାରେ ଆରମ୍ଭ ହେଲା ଘରକୁ ଘର ସର୍ଭେ

ହରଭଙ୍ଗା: ଦିନକୁ ଦିନ ସହର ଅପେକ୍ଷା ଗ୍ରାମାଞ୍ଚଳରେ କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଛି। ଏଥିରେ ବ୍ରେକ ଲଗାଇବା ପାଇଁ ରାଜ୍ୟସରକାର ଗାଁ ଗାଁରେ ଘରକୁ ଘର ବୁଲି କରୋନା ଉପରେ ରିପୋର୍ଟ ସଂଗ୍ରହ ପାଇଁ ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀଙ୍କ ସହାୟତାରେ ଯୁଗ୍ମ ସର୍ଭେ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମାବାର ହରଭଙ୍ଗା ବ୍ଲକରେ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଘର ଘର ବୁଲି ସର୍ଭେ କାର୍ୟ୍ୟ ଆରମ୍ଭ ହୋଇଛି। ସର୍ଭେ ସମୟରେ ସେମାନେ ପରିବାର ଲୋକଙ୍କୁ କରୋନା ଲକ୍ଷଣ ଥଣ୍ଡା, କାଶ, ଜ୍ୱର, ପତଳାଝାଡା ଇତ୍ୟାଦି ବିଷୟ ଉପରେ ପଚରାଉଚରା କରିବାକୁ ଏକ ଫର୍ମାଟ ଦିଆଯାଇଛି। ଏହା ସହିତ ବାହାର ରାଜ୍ୟରେ ପରିବାରର କିଏ ଅଛନ୍ତି ନାଁ ନାହିଁ ସେ ସମ୍ପର୍କରେ ସବିଶେଷ ରିପୋର୍ଟ ସର୍ଭେ ବେଳେ ସଂଗ୍ରହ ପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୁହାଯାଇଛି। କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ସମ୍ପର୍କିତ ତଥ୍ୟ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବାପାଇଁ ନିର୍ଦ୍ଦେଶ ରହିଛି। ଏହି ସର୍ଭେ କାର୍ୟ୍ୟ ୨୪ ମଇରୁ ୨୪ ଅଗଷ୍ଟ ପର୍ୟ୍ୟନ୍ତ ଦୀର୍ଘ ୩ମାସ ଚାଲୁରହିବ ବୋଲି ହରଭଙ୍ଗା ସିଡିପିଓ ହରପ୍ରିୟା ମେହେର ସୂଚନା ଦେଇଛନ୍ତି। ସର୍ଭେ କାର୍ୟ୍ୟ ପାଇଁ ସରକାର ଆଶା ଓ ଅଙ୍ଗନବାଡ଼ିମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories