www.samajalive.in
Sunday, December 7, 2025
15.1 C
Bhubaneswar

ବାତ୍ୟା ‘ୟଶ୍‍’ର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଧର୍ମେନ୍ଦ୍ର ପ୍ରଧାନ

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
-ଓଡ଼ିଶାରେ ଏନଡିଆରଏଫ ଟିମ ପକ୍ଷରୁ ୫୨ଟି ଟିମ୍‍ ମୁତୟନ
-ରିଲିଫ୍‍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂହପୁର, ମୟୂରଭଞ୍ଜ ଏବଂ ଯାଜପୁରରେ ଟିମ୍‍ ଗୁଡ଼ିକୁ ନିୟୋଜିତ କରାଯାଇଛି
-ବାତ୍ୟାର ମୁକାବିଲା ପାଇଁ ତୈଳ, ଗ୍ୟାସ ଏବଂ ଇସ୍ପାତ୍‍ ଶିଳ୍ପ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି
-ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ମେଡ଼ିକାଲ ଅକ୍ସିଜେନର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଶିଳ୍ପାନୁଷ୍ଠାନ ପ୍ରସ୍ତୁତ
-ମେଡ଼ିକାଲ ଅକ୍ସିଜେନର ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : ବାତ୍ୟା ‘ୟଶ୍‍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଲାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ‘ୟଶ’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ଏନଡିଆରଏଫ ଟିମ ପକ୍ଷରୁ ୫୨ଟି ଟିମ୍‍ ମୁତୟନ କରାଯାଇଛି ବୋଲି ଉଚ୍ଚସ୍ତରୀୟ ବୈଠକ ପରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ଅନୁଷ୍ଠିତ ହୋଇଥିବା ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ସରକାରଙ୍କ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷା ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରଣାଳୟ, ପୂର୍ବତଟର ଉଦ୍ୟୋଗ ସମୂହ, ବ୍ୟବସାୟ
ସଂଘର ପ୍ରତିନିଧି ଯଥା ଏଫସିସିଆଇ ଏବଂ ଆସୋଚାମ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ୫୨ଟି ଟିମ୍‍ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୯୯ଟି ଟିମ୍‍ ଏନଡ଼ିଆରଏଫ ଦ୍ୱାରା ମୁତୟନ କରାଯାଇଛି। ବାତ୍ୟା ୟଶ୍‍କୁ ଦୃଷ୍ଟିରେ ରଖି ରିଲିଫ୍‍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଯାଜପୁରରେ ଏହି ଟିମ୍‍ ଗୁଡ଼ିକୁ ନିୟୋଜିତ କରାଯାଇଛି।
ବାତ୍ୟା ୟଶ୍‍ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ତୈଳ, ଗ୍ୟାସ ଏବଂ ଇସ୍ପାତ୍‍ ଶିଳ୍ପ ପ୍ରସ୍ତୁତ ଅଛି। ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ମେଡ଼ିକାଲ ଅକ୍ସିଜେନର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ପ୍ରସ୍ତୁତ ଅଛନ୍ତି। ମେଡ଼ିକାଲ ଅକ୍ସିଜେନର ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ। ବାତ୍ୟାର ପରବର୍ତୀ ପର୍ଯ୍ୟାୟରେ ମଧ୍ୟ ଇସ୍ପାତ୍‍ ଶିଳ୍ପ ହସ୍ପିଟାଲ ଗୁଡ଼ିକୁ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଇବ ଏବଂ ରାଜ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ
କରିବ ବୋଲି ମୁଁ ଆଶ୍ୱାସନା ଦେଇଛି। ସରକାରୀ, ବେସରକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥା ସମୂହ ତଥା ପୂର୍ବତଟରେ ଥିବା ସବୁ ହିତଧାରକ ବାତ୍ୟାର ମୁକାବିଲା କରିବା ସହ ଯେପରି କ୍ଷୟକ୍ଷତି କମ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।
ଆସନ୍ତା ୨ -୩ ଦିନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୂର୍ବତଟରେ ଥିବା ସମସ୍ତ ବଡ ଶିଳ୍ପାନୁଷ୍ଠାନ ତଥା ଭାରତ ସରକାରଙ୍କ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ୍‍ ମନ୍ତ୍ରଣାଳୟରେ ଥିବା ଶିଳ୍ପସଂସ୍ଥାରୁ ସ୍ୱଳ୍ପ ମାନବସମ୍ବଳରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସମୁଦ୍ରରେ ଥିବା ସମସ୍ତ ସମ୍ପତିକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories